‘ରାହୁଲ ତୁଚ୍ଛ ରାଜନୀତି କରୁଛନ୍ତି’ ରାହୁଲଙ୍କ ବୟାନ କେବଳ ଚୀନ୍‌-ପାକିସ୍ତାନକୁ ସୁହାଉଛି

ନୂଆଦିଲ୍ଲୀ: ଲଦାଖ ସୀମାନ୍ତ ଗଲୱାନ ଉପତ୍ୟକାରେ ଗତ ୧୫ ତାରିଖ ରାତିରେ ଚୀନ୍ ସେନା ସହ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହେବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କୁ ବାରମ୍ବାର ସମାଲୋଚନା କରି ଆସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ କେନ୍ଦ୍ର ଗୃହମନ୍ତ୍ରୀ ଅତି କଟୁ ଭାଷାରେ ଜବାବ ଦେଇଛନ୍ତିା ରାହୁଲ ଅଯଥାରେ ତୁଚ୍ଛ ରାଜନୀତି କରୁଛନ୍ତି ବୋଲି ଶ୍ରୀ ଶାହ ଆକ୍ଷେପ କରିବା ସହ ଏ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ଆଦୌ ଶଙ୍କିତ ନୁହେଁ ବୋଲି ଟିନ୍ନଣୀ ଦେଇଛନ୍ତିା

କଂଗ୍ରେସର ପ୍ରାକ୍ତନ ଅଧ୍ୟକ୍ଷ ରାହୁଲଙ୍କୁ ଆହ୍ବାନ କରି ଗୃହମନ୍ତ୍ରୀ କହିଛନ୍ତି ଯେ ଆଗକୁ ସଂସଦର ମୌସୁମି ବୈଠକ ବସିବ। ଯଦି ଏ ପ୍ରସଙ୍ଗରେ ଆଲୋଚନା କରିବା କଥା, ଆସନ୍ତୁ ୧୯୬୨ ପରଠାରୁ ଚୀନ୍ ସୀମାରେ କ’ଣ ସବୁ କାହିଁକି ଘଟିଯାଇଛି, ସବୁ ବିଷୟରେ ଆଲୋଚନା କରିବାା ସେଥ ପ୍ରତି ସରକାରଙ୍କର ଆଦୌ ଭୟ ନାହିାଁ ମାତ୍ର ଆମ ଯବାନ ଯେତେବେଳେ ସୀମାରେ ପ୍ରାଣବଳି ଦେଉଛନ୍ତି ଏବଂ ସରକାର କିଛି ପଦକ୍ଷେପ ନେବା ପାଇଁ ଚାହୁଛନ୍ତି, ସେତେବେଳେ ପାକିସ୍ତାନ ଓ ଚୀନ୍କୁ ଖୁସି କଲା ଭଳି ଏମିତି ବକ୍ତବ୍ୟ ରଖିବା ଠିକ୍ ନୁହେଁ ବୋଲି ଶାହ କହିଛନ୍ତି। ସେହିପରି ପୂର୍ବରୁ ଏ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ସରେଣ୍ତର ମୋଦୀ’ ବୋଲି ଆଖ୍ୟା ଦେଇଥିବା ରାହୁଲଙ୍କୁ ଚେତେଇ ଦେଇ ଗୃହମନ୍ତ୍ରୀ କହିଛନ୍ତି ଯେ ଏପରି ମନ୍ତବ୍ୟ କେବଳ ଚୀନ୍ ଓ ପାକିସ୍ତାନର ସଖି କଣ୍ଢେଇ ହୋଇ ନାଚିଲା ସଦୃଶ ହୋଇଛିା ଭାରତ ବିରୋଧୀ ଅପପ୍ରଚାର ସମ୍ଭାଳିବାକୁ ଆମେ ସମର୍ଥା ମାତ୍ର ଦେଶର ସଂକଟ ବେଳେ ଏକ ବିରାଟ ପୁରାତନ ଦଳର ପ୍ରାକ୍ତନ ଅଧ୍ୟକ୍ଷ ଯେତେବେଳେ ଏଭଳି ତୁଚ୍ଛ ରାଜନୀତି କରନ୍ତି, ତାହା ଭୀଷଣ କଷ୍ଟ ଦିଏ ବୋଲି ଶାହ କହିଛନ୍ତିା

ସମ୍ବନ୍ଧିତ ଖବର