ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ତାଙ୍କ ଭଉଣୀ ତଥା କଂଗ୍ରେସର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉତ୍ତରପ୍ରଦେଶ ପୁଲିସ୍ ଆଜି (ମଙ୍ଗଳବାର) ଅପରାହ୍ଣରେ ମିରଟ ସହର ମଧ୍ୟକୁ ପ୍ରବେଶ କରିବାକୁ ଅନୁମତି ନ ଦେଇ ମଝି ବାଟରେ ଅଟକାଇ ଦେଇଛି।
ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧୀ ଆନ୍ଦୋଳନ କାଳରେ ମିରଟରେ ପୁଲିସ୍ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ନିକଟ ସଂପର୍କୀୟମାନଙ୍କୁ ଭେଟି ସେମାନଙ୍କୁ ସମବେଦନା ଜଣାଇବା ପାଇଁ ରାହୁଲ ଓ ପ୍ରିୟଙ୍କା ଗୋଟିଏ ଗାଡ଼ିରେ ମିରଟ ଅଭିମୁଖେ ଯାଉଥିବା ବେଳେ ରାଜଦାନୀ ଦିଲ୍ଲୀରୁ ୫୦ କିଲୋମିଟର ଦୂର ପାତ୍ରପୁର ଅଞ୍ଚଳରେ ୟୁପି ପୁଲିସ୍ ସେମାନଙ୍କୁ ମଝି ବାଟରେ ଅଟକାଇ ଦେଇଥିଲା।
/sambad/media/post_attachments/wp-content/uploads/2019/12/Rahul1-300x187.jpg)
‘ଆମେ ପୁଲିସ୍ଙ୍କୁ ପଚାରିଥିଲୁ ଯେ ଆମକୁ ଅଟକାଇବା ପାଇଁ ଆପଣମାନଙ୍କ ପାଖରେ କିଛି ଲିଖିତ ନିର୍ଦ୍ଦେଶନାମା ଅଛି କି? ହେଲେ, ସେମାନେ କିଛି ନିର୍ଦ୍ଦେଶନାମା ନ ଦେଖାଇ ଆମକୁ ଆଗକୁ ନ ଯିବାକୁ ଦେଇ ସେଠାରୁ ଫେରାଇ ଦେଇଥିଲେ’, ବୋଲି ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ରାହୁଲ ଗାନ୍ଧୀ। ଏଥିସହ ପୁଲିସ୍ର ଏ ପ୍ରକାର ଆଚରଣକୁ ଅଗଣତାନ୍ତ୍ରିକ ବୋଲି କହିଛନ୍ତି ରାହୁଲ ଗାନ୍ଧୀ।