ମୋଦିଙ୍କୁ ପ୍ରଶ୍ନରେ ରାହୁଲଙ୍କ ଭୁଲ୍‌ ଗଣିତ

ଅହମଦାବାଦ୍‌: ଗୁଜରାଟ ନିର୍ବାଚନ ତାରିଖ ପାଖେଇ ଆସୁଥିବାବେଳେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରତ୍ୟେକ ଦିନ ଗୋଟିଏ ଗୋଟିଏ ପ୍ରଶ୍ନ କରୁଛନ୍ତି। ଆଜିର ସପ୍ତମ ପ୍ରଶ୍ନରେ ରାହୁଲ ମୋଦିଙ୍କୁ ପ୍ରଶ୍ନ କରିଛନ୍ତି ଯେ ବିଜେପି କ’ଣ କେବଳ ଧନୀଙ୍କ ଲାଗି କାମ କରିବ। ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ସଂକ୍ରାନ୍ତରେ ଏକ ସାରଣୀ ପ୍ରସ୍ତୁତ କରି ରାହୁଲ ଏହାକୁ ପୋଷ୍ଟ୍‍ କରିଥିଲେ। କିନ୍ତୁ ଏହି ସାରଣୀଟିରେ ରାହୁଲ କିଛି ଗାଣିତିକ ତ୍ରୁଟି ରଖିଥିଲେ। ହେଲେ ପରେ ସେ ନିଜର ତ୍ରୁଟି ସଂଶୋଧନ କରିନେଇଥିଲେ। ଗ୍ୟାସ ସିଲିଣ୍ଡର, ଡାଲି, ବିଲାତି ବାଇଗଣ, ପିଆଜ, ଦୁଗ୍ଧ ଏବଂ ଡିଜେଲ୍‌ ଆଦିର ଦରବୃଦ୍ଧି ନେଇ ରାହୁଲ ଯେଉଁ ସାରଣୀ ପ୍ରସ୍ତୁତ କରିଥିଲେ ସେଥିରେ ସବୁ ଦର ୧୦୦ ପଏଣ୍ଟ୍‌ ବୃଦ୍ଧି ହୋଇଛି ବୋଲି ସେ ଦର୍ଶାଇଥିଲେ। ଉଦାହରଣ ସ୍ୱରୂପ ୧ କିଲୋ ଡାଲିର ଦାମ୍‌ ୪୫ ଟଙ୍କାରୁ ୮୦ ଟଙ୍କାକୁ ବୃଦ୍ଧି ହେବାଦ୍ୱାରା ଏଥିରେ ୭୭ ପ୍ରତିଶତ ଦରବୃଦ୍ଧି ହୋଇଛି ବୋଲି ଜଣାଯାଉଛି କିନ୍ତୁ ରାହୁଲ ଯେଉଁ ସାରଣୀ ଟ୍ଵିଟ୍‌ କରିଛନ୍ତି ତାହା ୧୭୭ ପ୍ରତିଶତ ଦର ବୃଦ୍ଧି ହୋଇଥିବା ଦର୍ଶାଇଛି। ସେହିପରି ସାରଣୀରେ ଥିବା ଅନ୍ୟ ସମସ୍ତ ଦର ମଧ୍ୟ ୧୦୦ ପ୍ରତିଶତ ବୃଦ୍ଧି ହୋଇଥିବା ସେ ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର