ନୂଆଦିଲ୍ଲୀ : ଆସାମରେ ଯଦି କଂଗ୍ରେସ କ୍ଷମତାକୁ ଆସିବ ତେବେ ସିଏଏ (ନାଗରିକତା ସଂଶୋଧନ ଆଇନ) କାର୍ଯ୍ୟକାରୀ ହେବନାହିଁ । ନିର୍ବାଚନ ପ୍ରଚାର ପାଇଁ ୨ ଦିନିଆ ଆସାମ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଏହା କହିଛନ୍ତି। ଦିବ୍ରୁଗଡ଼ ସ୍ଥିତ ଏକ କଲେଜ୍ରେ ରାହୁଲ ପ୍ରଥମେ ଛାତ୍ରଛାତ୍ରୀଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ଏହାପରେ ତାଙ୍କ ପ୍ରଚାର କାର୍ଯ୍ୟ ଆରମ୍ଭ କରିଥିଲେ। ଏହାପରେ ସେ ଦିବ୍ରୁଗଡ଼ର ଏକ ଟି ଇଷ୍ଟେଟ୍ରେ ଶ୍ରମିକଙ୍କୁ ଭେଟିଥିଲେ। ଚା ବଗିଚା ଶ୍ରମିକ କର୍ମଚାରୀଙ୍କୁ ଉଦ୍ବୋଧନ ଦେଇ ରାହୁଲ କହିଛନ୍ତି, ବିଜେପି ଆସାମ ଚା କର୍ମୀଙ୍କୁ ୩୬୫ ଟଙ୍କା ପାରିଶ୍ରମିକ ଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା, କିନ୍ତୁ ଦେଉଛି ମାତ୍ର ୧୬୭ ଟଙ୍କା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ପ୍ରତିଶୃତି ରକ୍ଷା କରିନାହାନ୍ତି ବୋଲି ରାହୁଲ କହିଛନ୍ତି। କଂଗ୍ରେସ କ୍ଷମତାକୁ ଆସିଲେ ଶ୍ରମିକଙ୍କ ପାରିଶ୍ରମିକ ୩୬୫ ଟଙ୍କା ଦେବ ବୋଲି ରାହୁଲ କହିଛନ୍ତି। ଦିବ୍ରୁଗଡ଼ରେ କଲେକ୍ ଛାତ୍ରମାନଙ୍କ ସହ କଥାବାର୍ତ୍ତା ସମୟରେ ରାହୁଲ ମୋଦୀଙ୍କ ବିରୋଧରେ ବର୍ଷିଥିଲେ। ରାହୁଲ କହିଥିଲେ ମୋଦୀ କେବଳ ନିର୍ବାଚନ ସମୟରେ ଆସୁଛନ୍ତି। ସେହିପରି ଯୁବପିଢ଼ିଙ୍କ ମଧ୍ୟରେ ବେକାରୀ ସମସ୍ୟା ବଢ଼ୁଥିବାରୁ ସେ ବିଜେପି ଏବଂ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଛାତ୍ରଛାତ୍ରୀମାନେ ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାପାଇଁ ରାହୁଲ କହିଛନ୍ତି।
ଆସାମରେ ରାହୁଲଙ୍କ ରାଲି: କଂଗ୍ରେସ ଜିତିଲେ ସିଏଏ କାର୍ଯ୍ୟକାରୀ ହେବନାହିଁ
/sambad/media/post_attachments/wp-content/uploads/2021/03/rahul.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)