ରାୟପୁର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଆଲିଙ୍ଗନର ଚର୍ଚା ସାରା ଦେଶରେ ଚାଲିଥିବା ବେଳେ ଯୋଗ ଗୁରୁ ବାବା ରାମଦେବ ସେଥିରୁ ବାଦ ପଡ଼ି ନାହାନ୍ତି। ସାଧାରଣ ଲୋକଙ୍କ ଭଳି ରାମଦେବ ମଧ୍ୟ ଏହି ଆଲିଙ୍ଗନ ପାଇଁ ରାହୁଲଙ୍କୁ ବହୁତ ପ୍ରଶଂସା କରିଛନ୍ତି। ରାହୁଲଙ୍କ ଆଲିଙ୍ଗନ ବହୁତ ଭଲ ଲାଗିଲା ବୋଲି ସେ କହିଛନ୍ତି। ରାମଦେବ କହିଛନ୍ତି ଯେ ରାଜନୀତିରେ ପରସ୍ପର ବିରୋଧୀ ହେବା ଅନୁଚିତ। ବିରୋଧ କେବଳ ପ୍ରସଙ୍ଗ ଭିତ୍ତିକ ହେବା ଦରକାର। ଏହିଠାରୁ ଏକ ଭଲ ଧାରା ଆରମ୍ଭ ହୋଇଛି। କାହାର ମନରେ ବିରୋଧ ନରହିବା ଦରକାର ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ଆଜି ସଂସଦରେ ପ୍ରସଙ୍ଗ ଆଧାରିତ ଆଲୋଚନା ହୋଇଥିଲା। ସମସ୍ତେ ମୌଳିକ ଅଧିକାରକୁ ବ୍ୟବହାର କରିଥିଲେ। ବିରୋଧୀଙ୍କ ଉପରେ ସରକାରୀ ଦଳର ପଲା ଭାରି ରହିଲା। କାରଣ ସେମାନଙ୍କ ପାଖରେ ସଂଖ୍ୟା ଅଧିକ ଥିଲା ବୋଲି ସେ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ରାୟପୁର ଆସିଥିବା ରାମଦେବଙ୍କୁ ଆଜି ସଂସଦର କାର୍ଯ୍ୟ ବିଷୟରେ ପ୍ରଶ୍ନ ହେବାରୁ ସେ ଏସବୁ କଥା କହିଛନ୍ତି। ସେ କହିଲେ, ସଂସଦରେ ଆଜି ବହୁତ ଭଲ ଆଲୋଚନା ହୋଇଥିଲା। ଯେତେବେଳେ ଆଲୋଚନା ପ୍ରସଙ୍ଗ ଭିତ୍ତିକ ହୁଏ ତାହାର ମହତ୍ୱ ବହୁତ ବଢ଼ିଯାଏ। କୌଣସି ପରିସ୍ଥିତିରେ ମୌଳିକ ଓ ଲୋକତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ନହେବା ଦରକାର ବୋଲି ସେ କହିଛନ୍ତି।
ରାହୁଲଙ୍କ ଆଲିଙ୍ଗନକୁ ରାମଦେବଙ୍କ ପ୍ରଶଂସା
/sambad/media/post_attachments/wp-content/uploads/2018/07/11-14.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)