ମଧ୍ୟ ପ୍ରଦେଶରେ ରାହୁଲଙ୍କ ରୋଡ୍‌ ସୋ’:ପୋଷ୍ଟରରେ ‘ହିନ୍ଦୁତ୍ୱ’ର ଝଲକ୍‌

ଭୋପାଳ: ନିର୍ବାଚନକୁ ଆଖିରେ ରଖି କଂଗ୍ରେସ ପକ୍ଷରୁ ମଧ୍ୟପ୍ରଦେଶର ଭୋପାଳରେ ରୋଡ୍‌ ସୋ’ କରାଯାଇଛି। କର୍ମକର୍ତ୍ତା ଓ ବରିଷ୍ଠ ନେତୃବୃନ୍ଦଙ୍କ ସହିତ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୋପାଳର ଲାଲଘାଟିରୁ ଦଶହରା ପଡ଼ିଆ ପାଖାପାଖି ୧୮ କିଲୋମିଟର ପର୍ଯ୍ୟନ୍ତ ରୋଡ୍‌ ସୋ’ କରିଥିଲେ। ସବୁଠୁ ମୁଖ୍ୟ କଥା ହେଲା ଏହି ରୋଡ୍‌ ସୋ’ରେ କଂଗ୍ରେସ ହିନ୍ଦୁମାନଙ୍କୁ ପ୍ରଭାବିତ କରିବା ପାଇଁ ପଦକ୍ଷେପ ନେଇଛି।
ରୋଡ୍‌ ସୋ’ ପାଇଁ ପ୍ରସ୍ତୁତ ପୋଷ୍ଟରରେ ଶିବ ଭକ୍ତି ଦେଖିବାକୁ ମିଳିଛି। ରାହୁଲ ଗାନ୍ଧୀ ଆଜି ଅପରାହ୍ନ ୧ଟାରେ ଭୋପାଳରେ ପହଞ୍ଚିବା ପରେ ବରିଷ୍ଠ ନେତା କମଲ ନାଥ ଓ ଜ୍ୟୋତିରାଦିତ୍ୟ ସିନ୍ଦିଆ ତାଙ୍କୁ ସ୍ୱାଗତ କରିଥିଲେ। ପୂଜା ଅର୍ଚ୍ଚନା କରାଯାଇ ରୋଡ୍‌ ସୋ’ ଆରମ୍ଭ ହୋଇଥିଲା। ରୋଡ୍‌ ସୋ’ରେ ସ୍ଥାନ ପାଇଥିବା ପୋଷ୍ଟରରେ ରାହୁଲଙ୍କୁ ଜଣେ ଶିବ ଭକ୍ତ ଭାବେ ଉପସ୍ଥାପନ କରାଯାଇଛି। ଗୋଟିଏ ପୋଷ୍ଟରରେ ସେ ଶିବଲିଙ୍ଗ ଉପରେ ପାଣି ଢାଳୁଥିବା ବେଳେ ଏଥିରେ କୈଳାସ ମାନସରୋବର ଫଟୋ ମଧ୍ୟ ରହିଛି। କର୍ମକର୍ତ୍ତାଙ୍କ ହାତରେ ଗଣେଶ ମୂର୍ତ୍ତି ଥିବା ମଧ୍ୟ ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର