ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ​​ଦଳର ପରାଜୟ ପରେ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା ରାହୁଲ ଗାନ୍ଧୀ ପୁଣିଥରେ କଂଗ୍ରେସର ଅଧ୍ୟକ୍ଷ ହେବେ କି? କଂଗ୍ରେସ ୱାର୍କିଂ କମିଟି (ସିଡବ୍ଲ୍ୟୁସି) ଏହି ନିଷ୍ପତ୍ତି ରାହୁଲ ଗାନ୍ଧୀଙ୍କ ଉପରେ ଛାଡିଛନ୍ତି। ବହୁ ଅସନ୍ତୋଷ ପରେ ଶନିବାର ଅନୁଷ୍ଠିତ ସିଡବ୍ଲ୍ୟୁସି ବୈଠକ ପରେ ଦଳର ବରିଷ୍ଠ ନେତ୍ରୀ ଅମ୍ବିକା ସୋନି କହିଛନ୍ତି ଯେ ବୈଠକରେ ସମସ୍ତ ନେତା ଏହା ଚାଁହୁଛନ୍ତି ଯେ ରାହୁଲ ପୁଣି ଥରେ ଅଧ୍ୟକ୍ଷ ହୁଅନ୍ତୁ | କିନ୍ତୁ ସେ ନିଜେ ଏହି ନିଷ୍ପତ୍ତି ନେବେ।
ଆସନ୍ତା ବର୍ଷ ସେପ୍ଟେମ୍ବରରେ ଦଳରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି। ତେବେ ସୂତ୍ରରୁ ଜଣାପଡିଛି ଯେ ରାହୁଲ ଗାନ୍ଧୀ ଦଳର ନେତାଙ୍କ ଦାବି ଉପରେ କହିଛନ୍ତି ଯେ ସେ ଏହାକୁ ବିଚାର କରିବେ। ଅମ୍ବିକା ସୋନି କହିଛନ୍ତି ଯେ ସେ (ରାହୁଲ ଗାନ୍ଧୀ) ଦଳର ଅଧ୍ୟକ୍ଷ ହେବା ଉଚିତ ବୋଲି ସମସ୍ତେ ଇଚ୍ଛା ପ୍ରକାଶ କରିଛନ୍ତି। ଅମ୍ବିକା ସୋନି କହିଛନ୍ତି, କଂଗ୍ରେସରେ କେହି ବିଭକ୍ତ ହୋଇନାହାଁନ୍ତି, ଆମେ ସମସ୍ତେ ଏକଜୁଟ ହୋଇ ରହିଛୁ।
କଂଗ୍ରେସ ଦଳର ସମସ୍ତ ନେତା ସର୍ବସମ୍ମତ ଭାବେ ରାହୁଲ ଗାନ୍ଧୀ ଦଳର ଅଧ୍ୟକ୍ଷ ହୁଅନ୍ତୁ ବୋଲି ଚାହୁଁଛନ୍ତି। ଏହାକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ସେ ଏହି ପ୍ରସ୍ତାବ ଉପରେ ବିଚାର କରିବେ। ତେବେ କିଛି ନେତା ଏହା ମଧ୍ୟ କହିଛନ୍ତି ଯେ ନିର୍ବାଚନ ପର୍ଯ୍ୟନ୍ତ ତାଙ୍କୁ ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷ କରାଯିବା ଉଚିତ୍।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/09/rahul-2.jpg)