କୋଭିଡ-୧୯ ନେଇ ରାହୁଲଙ୍କ ବୟାନରେ କଂଗ୍ରେସ ସମର୍ଥକ ଖୁସ୍‌

ନୂଆଦିଲ୍ଲୀ: କୋଭିଡ-୧୯ ସଂକ୍ରମଣ ବୃଦ୍ଧି ନେଇ ରାହୁଲ ଗାନ୍ଧିଙ୍କ ଏକ ବୟାନ କଂଗ୍ରେସ ସମର୍ଥକଙ୍କୁ ଖୁସି କରିଦେଇଛି।। ରାହୁଲ ନିକଟରେ ଏକ ସାମ୍ବାଦିକ ସମ୍ମିଳନୀରେ ୟୁରୋପୀୟ ଓ ଆମେରିକୀୟ ଦେଶ ତୁଳନାରେ ଭାରତରେ କମ୍‌ ସଂଖ୍ୟାରେ କୋଭିଡ-୧୯ ପରୀକ୍ଷା ହେଉଥିବାରୁ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ କମ୍‌ ବୋଲି କହିଥିଲେ। ଲକ୍‌ଡାଉନ୍‌ କୋଭିଡ-୧୯ର ସ୍ଥାୟୀ ସମାଧାନ ନୁହେଁ। ବରଂ ଅଧିକ ମାତ୍ରାରେ କୋଭିଡ-୧୯ ପରୀକ୍ଷଣ କରାଯିବା ଜରୁରୀ ବୋଲି ରାହୁଲ ଗାନ୍ଧି କହିଥିଲେ। ରାହୁଲଙ୍କ ଏହି ବୟାନକୁ କେତେକ ବିଦେଶୀ ସଂଗଠନ ପ୍ରଶଂସା କରିଥିବା ବେଳେ ଏ ବାବଦରେ ଗଣମାଧ୍ୟମ ରିପୋର୍ଟକୁ ନେଇ କଂଗ୍ରେସ ସମର୍ଥକମାନେ ଖୁସି ଜାରି ରହିଛନ୍ତି। ରାହୁଲ କହିଥିଲେ, ଭାରତ‌ରେ ଧିମା କୋଭିଡ-୧୯ ପରୀକ୍ଷଣ ଯୋଗୁଁ ଏଠାରେ କମ୍‌ ସଂକ୍ରମିତ ବୋଲି ଦର୍ଶାଯାଉଛି। ପ୍ରକୃତ ଚିତ୍ର ତାହା ନୁହେଁ। ଏପ୍ରିଲ ୧୯ ତାରିଖ ସୁଦ୍ଧା ଭାରତରେ ୨୭ ହଜାର ଲୋକଙ୍କର କୋଭିଡ-୧୯ ପରୀକ୍ଷା ହୋଇଥିବାବେଳେ ଆମେରିକାରେ ପ୍ରତିଦିନ ଏହାର ପାଞ୍ଚଗୁଣ ଅଧିକ ଲୋକଙ୍କର ପରୀକ୍ଷା କରାଯାଉଛି ବୋଲି ରାହୁଲ କହିଥିଲେ। ଏଥିପାଇଁ ସେ କେନ୍ଦ୍ର ସରକାରଙ୍କୁ ମଧ୍ୟ ସମାଲୋଚନା କରି ସରକାରଙ୍କ ଟେଷ୍ଟିଂ ନୀତିରେ ପରିବର୍ତ୍ତନ ଆଣିବାକୁ କହିଥିଲେ।

ସମ୍ବନ୍ଧିତ ଖବର