ନୂଆଦିଲ୍ଲୀ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କଂଗ୍ରେସ ସଭାପତି ପଦ ସହ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦରେ ମଧ୍ୟ ରହିବାପାଇଁ ଯେଉଁ ଆଶା ରଖିଥିଲେ ତାହା ମଉଳି ଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ସ୍ପଷ୍ଟ କରିଦେଇଛନ୍ତି ଯେ ଦଳର ‘ଜଣେ ବ୍ୟକ୍ତି, ଗୋଟିଏ ପଦବି’ ନୀତି ବଜାୟ ରହିବ। ଏଥିରେ କୌଣସି ପ୍ରକାର ପରିବର୍ତ୍ତନ ହେବନାହିଁ । ‘ଭାରତ ଯୋଡ଼ୋ ଯାତ୍ରା’ ଅବସରରେ ରାହୁଲ ସାମ୍ବାଦିକଙ୍କ ଦ୍ବାରା ଦଳର ‘ୱାନ୍ ମ୍ୟାନ୍, ୱାନ୍ ପୋଷ୍ଟ୍’ ନୀତି ସଂକ୍ରାନ୍ତରେ ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ‘ଚଳିତ ବର୍ଷ ଆରମ୍ଭରେ ଆମେ ଉଦୟପୁର ଚିନ୍ତନ ଶିବିରରେ ଯେଉଁ ନିଷ୍ପତ୍ତି ନେଇଥିଲୁ, ଆମେ ଆଶା କରୁଛୁ ଯେ ସେହି ନିଷ୍ପତ୍ତି ଏବଂ ପ୍ରତିଶ୍ରୁତି ବଜାୟ ରହିବ। ରାହୁଲଙ୍କ ଏହି ବାର୍ତ୍ତା ପରେ ସ୍ପଷ୍ଟ ହୋଇଯାଇଛି ଯେ ଅଶୋକ ଗେହଲଟ ୨ଟି ଯାକ ଦାୟିତ୍ବ ଏକା ସମୟରେ ନେଇ ପାରିବେନି। ରାହୁଲ କହିଛନ୍ତି କଂଗ୍ରେସ ସଭାପତି କେବଳ ଏକ ସାଂଗଠନିକ ପଦ ନୁହେଁ। ଏହା ଏକ ବିଚାରଧାରା ଓ ବିଶ୍ବାସ ବ୍ୟବସ୍ଥାର ପଦ। ଯିଏ ଏହି ପଦରେ ଆସୀନ ହେବେ ସେ ଏକ ଐତିହାସିକ ସ୍ଥାନରେ ରହିବେ। ରାହୁଲଙ୍କ ଏହି ବୟାନ ଗେହଲଟଙ୍କ ପାଇଁ ଏକ କଡ଼ା ବାର୍ତ୍ତା ବୋଲି କୁହାଯାଉଛି।
ଗେହଲଟ, ପାଇଲଟଙ୍କୁ ରାହୁଲଙ୍କ କଡ଼ା ବାର୍ତ୍ତା: ‘ଜଣେ ବ୍ୟକ୍ତି, ଗୋଟିଏ ପଦବି’ ନୀତିର ଉଲ୍ଲଂଘନ ହେବନି
/sambad/media/post_attachments/wp-content/uploads/2022/08/Rahul-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)