ଦେଶବାସୀଙ୍କ ଉପରେ ବିମୁଦ୍ରାକରଣ ଏବଂ ଜିଏସ୍‌ଟି ପରି ଦୁଇଟି କ୍ଷେପଣାସ୍ତ୍ର ମାଡ଼ ହୋଇଛି : ରାହୁଲ

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ୮ ତାରିଖରେ ବିମୁଦ୍ରାକରଣକୁ ଏକ ବର୍ଷ ପୁରିବ। ବିମୁଦ୍ରାକରଣର ଏହି ଏକ ବର୍ଷ ପୂର୍ତ୍ତି ଅବସରରେ କଂଗ୍ରେସ ସହ ଅନ୍ୟ ବିରୋଧୀ ଦଳ ଗୁଡ଼ିକ ଏହାକୁ ଦେଶବ୍ୟାପୀ ‘କଳା ଦିବସ’ ଭାବେ ପାଳନ କରିବାର ପ୍ରସ୍ତୁତି ଆରମ୍ଭ କରିଦେଇଥିବାବେଳେ ବିଜେପି କଳାଧନ ବିରୋଧୀ ଦିବସ ଉତ୍ସବ ପାଳନ କରିବ। ତେବେ ଏଥିନେଇ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ନୂଆଦିଲ୍ଲୀ ସ୍ଥିତ କଂଗ୍ରେସ ମୁଖ୍ୟାଳୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକର ସଭାପତିତ୍ୱ କରିଥିଲେ। ଦଳିୟ ସଚିବମାନଙ୍କ ସହ ୩ ଘଣ୍ଟାର ବୈଠକରେ ରାହୁଲ ବିମୁଦ୍ରାକରଣର ଏକବର୍ଷ ପୂର୍ତ୍ତି ବା ଦେଶବ୍ୟାପୀ କଳା ଦିବସ ପାଳନ ନେଇ ବିଭିନ୍ନ ଯୋଜନା ପ୍ରସ୍ତୁତ କରିଥିବା ଜଣାଯାଇଛି। ଏହି ଅବସରରେ ରାହୁଲ ମୋଦିଙ୍କୁ କଡ଼ା ସମାଲୋଚନା କରି ବିମୁଦ୍ରାକରଣ ଏବଂ ଜିଏସଟିକୁ ଦୁଇ ‘ଟର୍ପେଡୋ’ ବା କ୍ଷେପଣାସ୍ତ୍ର ବୋଲି କହିଛନ୍ତି। ଦେଶର ଅର୍ଥନୀତିକୁ ଉଭୟ ବିମୁଦ୍ରାକରଣ ଏବଂ ଜିଏସଟି (ଦ୍ରବ୍ୟ ଏବଂ ସେବା କର) ଦୁଇ ଝଟ୍‌କା ବୋଲିି ସେ କହିଛନ୍ତି। ଏଥିସହ ଏହା ଦେଶପାଇଁ ସବୁଠୁ ବଡ଼ ଦୁଃଖର ଦିନ ବୋଲି କହିଛନ୍ତି। ରାହୁଲ କହିଛନ୍ତି ମୋଦି ଲୋକମାନଙ୍କ ଦୁଃଖ ବୁଝିପାରିନାହାନ୍ତି। ଜିଏସଟି ଉପରେ ଅନ୍ୟ ଏକ ବୈଠକରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ମଧ୍ୟ ଯୋଗ ଦେଇଛନ୍ତି। ତେବେ ବୈଠକପରେ ରାହୁଲ କଂଗ୍ରେସ ମୁଖ୍ୟାଳୟ ବାହାରେ ମୋଦି ଏବଂ ବିମୁଦ୍ରାକରଣ ଓ ଜିଏସଟି ବିରୋଧରେ ଗଣମାଧ୍ୟମରେ ଗର୍ଜିଛନ୍ତି।

ସମ୍ବନ୍ଧିତ ଖବର