ସାମ୍ବାଦିକଙ୍କୁ ଭର୍ତ୍ସନା କଲେ ରାହୁଲ: ବିଜେପି ବ୍ୟାଜ୍‌ ପିନ୍ଧି ନିଅ, ଠିକ୍‌ ଜବାବ ପାଇବ

ନୂଆଦିଲ୍ଲୀ: ମୋଦୀ ସାଙ୍ଗିଆ ଟିପ୍ପଣୀ ସଂକ୍ରାନ୍ତରେ ସୁରଟ କୋର୍ଟ ଦେଇଥିବା ରାୟକୁ ନେଇ ଜଣେ ସାମ୍ବାଦିକ ଆଜି ରାହୁଲଙ୍କୁ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିବାରୁ ରାହୁଲ ତାଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। ରାହୁଲଙ୍କ ମୋଦୀ ସାଙ୍ଗିଆ ଟିପ୍ପଣୀ ଓବିସି ତଥା ଅନ୍ୟାନ୍ୟ ପଛୁଆ ଶ୍ରେଣୀ ପାଇଁ ଏକ ଅପମାନ ବୋଲି ବିଜେପି ଦାବି କରିଥିବା ବେଳେ ଏହି ପ୍ରସଙ୍ଗରେ ରାହୁଲଙ୍କୁ ଆଜି ଜଣେ ସାମ୍ବାଦିକ ପ୍ରଶ୍ନ କରିଥିଲେ। ତେବେ ରାହୁଲ ସାମ୍ବାଦିକଙ୍କ ଉପରେ ହଠାତ୍‌ ରାଗି ଯାଇଥିଲେ ଏବଂ ସାମ୍ବାଦିକ ଜଣଙ୍କ ବିଜେପି ପାଇଁ କାମ କରୁଛନ୍ତି ବୋଲି କହିଥିଲେ। ରାହୁଲ କହିଥିଲେ, ‘ଯଦି ଆପଣ ବିଜେପି ପାଇଁ କାମ କରିବାକୁ ଚାହୁଛନ୍ତି ତେବେ ଆପଣ ଛାତିରେ ବିଜେପିର ବ୍ୟାଜ୍‌ ଲଗାଇ ଦିଅନ୍ତୁ। ଏହାପରେ ମୁଁ ଆପଣଙ୍କୁ ସମାନ ଢଙ୍ଗରେ ଉତ୍ତର ଦେବି। ଜଣେ ସାମ୍ବାଦିକ ହେବାପାଇଁ ଆଦୌ ଛଳନା କରନାହିଁ ବୋଲି ରାହୁଲ କହିଥିଲେ।

ସମ୍ବନ୍ଧିତ ଖବର