କଂଗ୍ରେସରେ ରାହୁଲଙ୍କ ବିକଳ୍ପ ଖୋଜା ଚାଲିଛି

କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ନେଇ ୪ ନେତାଙ୍କ ନାମ ଚର୍ଚ୍ଚାରେ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସର ବଡ଼ ଧରଣର ବିପର୍ଯ୍ୟୟ ଦଳକୁ ଦୋହଲାଇ ଦେଇଛି। ରାହୁଲ ଗାନ୍ଧୀ କଂଗ୍ରେସ ସଭାପତି ପଦରୁ ଇସ୍ତଫା ପ୍ରତ୍ୟାହାର ନ କରିବା ଜିଦ୍‌ରେ ଅଟଳ ରହିଥିବାରୁ ଏବେ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି ଦେବାପାଇଁ ଦଳରେ ମନ୍ଥନ ଚାଲିଛି। ଆଜି ଦଳର ବରିଷ୍ଠ ନେତାମାନେ ଏ ବାବଦରେ ଆଲୋଚନା କରିଥିବା ବେଳେ କାର୍ଯ୍ୟକାରୀ ଅଧ୍ୟକ୍ଷ ପଦ ପାଇଁ ଦୌଡ଼ରେ ୪ ନେତାଙ୍କ ନାମ ରହିଛି। ସେମାନେ ହେଲେ ସଚିନ ପାଇଲଟ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ପ୍ରିୟଙ୍କା ଗାନ୍ଧୀ ଏବଂ ଅଶୋକ ଗେହଲଟ। ଏହି ୪ ନେତାଙ୍କୁ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି ଦିଆଯିବା ସମ୍ଭାବନା ରହିଛି। କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତି ଦେଇ ରାହୁଲଙ୍କ କାର୍ଯ୍ୟ ବୋଝକୁ କମ୍‌ କରିବା ପାଇଁ ଯୋଜନା ଚାଲିଛି। ରାହୁଲଙ୍କ ନୂତନ ଉତ୍ତରାଧିକାରୀଙ୍କ ନାମକୁ ନେଇ ମଧ୍ୟ ଦଳରେ ମନ୍ଥନ ଜାରି ରହିଥିବା ବେଳେ ଏ ପର୍ଯ୍ୟନ୍ତ କୌଣସି ବିକଳ୍ପ ସାମ୍ନାକୁ ଆସିନାହିଁ। ରାହୁଲଙ୍କ ଇସ୍ତଫା ଗ୍ରହଣ ନକରିବାକୁ ଦଳୀୟ ନେତାଙ୍କ ପ୍ରବଳ ଚାପ ଯୋଗୁଁ ଏ ଦିଗରେ ଦଳ କୌଣସି ନିଷ୍ପତ୍ତିରେ ପହଞ୍ଚି ପାରିନାହିଁ।

ସମ୍ବନ୍ଧିତ ଖବର