ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଶୁକ୍ରବାର ୬୯ ତମ ସାଧାରଣତନ୍ତ୍ର ଦିବସ ପରେଡ୍ ଦେଖିବା ଲାଗି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧୀଙ୍କ ପାଇଁ ସଂରକ୍ଷିତ ଥିବା ଆସନକୁ ନେଇ କଂଗ୍ରେସ ଆପତ୍ତି ଉଠାଇଛି। ଭିଆଇପିମାନଙ୍କ ପାଇଁ ଉଦ୍ଦିଷ୍ଟ ଅଞ୍ଚଳରେ ରାହୁଲ୍ଙ୍କୁ ଷଷ୍ଠ ଧାଡ଼ିରେ ସ୍ଥାନିତ କରି ଶାସକ ବିଜେପି ଶସ୍ତା ରାଜନୀତି କରୁଛି ବୋଲି କଂଗ୍ରେସ ନେତା ରଣଦୀପ ସୁର୍ଜେଓ୍ଵାଲା କହିିଛନ୍ତି। ଅପରପକ୍ଷେ, ଗଣତନ୍ତ୍ରକୁ ନିୟମ ଅନୁସାରେ ଅନୁସରଣ କରାଯାଉଛି, ମାତ୍ର କାହା ମୁହଁକୁ ଚାହିଁ ନୁହେଁ ବୋଲି ବିଜେପି ପ୍ରତିକ୍ରିୟାରେ କହିଛି। ସେହିପରି ଅତୀତରେ ପରେଡ୍ ଦେଖିବା ଲାଗି ବିଜେପିର ମୁଖ୍ୟମାନଙ୍କୁ ମଧ୍ୟ ଭିଆଇପି ଅଞ୍ଚଳରେ ସ୍ଥାନ ମିଳିନଥିବାର ନଜିର ରହିଛି ବୋଲି ଦଳର ଜାତୀୟ ମୁଖପାତ୍ର ଅନୀଲ ବାଲୁନି କହିଛନ୍ତି। ଗତକାଲି ପରେଡ୍ ଦେଖିବା ଲାଗି ରାହୁଲ୍ ତାଙ୍କ ପାଇଁ ଉଦ୍ଦିଷ୍ଟ ଷଷ୍ଠ ଧାଡ଼ିର ଏକ ଆସନରେ ବସିବା ଘଟଣା କଂଗ୍ରେସ ନେତାଙ୍କ ମଧ୍ୟରେ ଭ୍ରୂକୁଞ୍ଚନ ସୃଷ୍ଟି କରିଥିଲା। ରାହୁଲ୍ଙ୍କ ପାଖରେ କଂଗ୍ରେସର ବରିଷ୍ଠ ନେତା ତଥା ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ୍ ନବୀ ଆଜାଦ୍ ମଧ୍ୟ ବସିଥିଲେ। ତେବେ ଏହାଦ୍ୱାରା ରାହୁଲଙ୍କୁ ଅପମାନିତ କରାଯାଇଛି ବୋଲି କଂଗ୍ରେସର ବରିଷ୍ଠ ନେତା ସଲମାନ ଖୁର୍ସିଦ୍ କହିଛନ୍ତି। ରାହୁଲ କେବଳ ଜଣେ ସାଂସଦ ନୁହଁନ୍ତି, ବରଂ ବୃହତ୍ତମ ବିରୋଧୀ ଦଳର ଅଧ୍ୟକ୍ଷ ବୋଲି ଶାସକ ଦଳ ଭୁଲିଯାଉଥିବା କହିଛନ୍ତି ଖୁର୍ସିଦ। ଅପରପକ୍ଷେ, କଂଗ୍ରେସ ମାନସିକତାରେ ଗଣତନ୍ତ୍ର ଅପେକ୍ଷା ରାଜତନ୍ତ୍ର ବେଶୀ ମାଡ଼ିବସିଛି ବୋଲି ବିଜେପି ନେତା ଜିଭିଏଲ୍ ନରସିଂହା ରାଓ କହିଛନ୍ତି। ପ୍ରୋଟୋକଲ୍ ଅନୁଯାୟୀ, ରାହୁଲ୍ଙ୍କ ସ୍ଥିତି ଅନୁସାରେ ସ୍ଥାନ ଦିଆଯାଇଛି। ମାତ୍ର ସମସ୍ତଙ୍କୁ ଆଡ଼ କରି ରାହୁଲଙ୍କୁ ଆଗରେ ଦେଖିବାକୁ କଂଗ୍ରେସ ନେତାମାନେ ଇଚ୍ଛା କରିବା ହାସ୍ୟାସ୍ପଦ। ଏପରିକି ଅତୀତରେ ଉଭୟ ଗୃହର ବିରୋଧୀ ଦଳ ନେତା ଥିବା ବିଜେପିର ଅରୁଣ ଜେଟ୍ଲି ଏବଂ ସୁଷମା ସ୍ୱରାଜଙ୍କୁ ଉପା ସରକାର ବେଳେ ଆହୁରି ବହୁତ ପଛରେ ବସିବାକୁ ପଡ଼ିଥିଲା ବୋଲି ଶ୍ରୀ ରାଓ ଆକ୍ଷେପ କରି ମନେପକାଇ ଦେଇଛନ୍ତି।
ପରେଡ୍ ବେଳେ ଷଷ୍ଠ ଧାଡ଼ିରେ ରାହୁଲ
କଂଗ୍ରେସର ଅସନ୍ତୋଷ, ସଫେଇ ଦେଲା ବିଜେପି
/sambad/media/post_attachments/wp-content/uploads/2018/01/62663486.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)