ଜାଞ୍ଜଗିର: ଦୀର୍ଘ ୧୦୦ ଘଣ୍ଟାରୁ ଅଧିକ ସମୟ ଧରି ୮୦ ଫୁଟ୍ ବୋରୱେଲ ଭିତରେ ରହି ୫ ଦିନ ହେବ ଜୀବନ-ମୃତ୍ୟୁ ସହିତ ସଂଘର୍ଷ କରୁଥିବା ଛତିଶଗଡ଼ର ୧୦ ବର୍ଷୀୟ ବାଳକ ଉଦ୍ଧାରକାରୀ ଟିମ୍କୁ ଦେଖିଛି। ଉଦ୍ଧାରକାରୀ ଟିମ୍କୁ ଦେଖିବା ପରେ ରାହୁଲ ଆଶାର ଆଲୋକ ଦେଖିଛି। ତା ମନରେ ନୂଆ ଆଶା ଜାଗିଉଠିଛି ଏବଂ ସେ ଚିତ୍କାର କରିଥିବା ଜିଲ୍ଲାପାଳ ଜିତେନ୍ଦ୍ର ଶୁକ୍ଲା କହିଛନ୍ତି। ଜିଲ୍ଲାପାଳ ଶ୍ରୀ ଶୁକ୍ଲା କହିଛନ୍ତି ଯେ, ଖୁସିର ବିଷୟ ହେଲା ଯେ, ଉଦ୍ଧାରକାରୀ ଟିମ୍କୁ ରାହୁଲ ଦେଖିଛି। ଆମର ଟିମ୍କୁ ରାହୁଲ ଚିତ୍କାର କରି ଡାକିଛି। ଏବେ ରାହୁଲକୁ ବାହାରକରିବା ପାଇଁ ପ୍ରସ୍ତୁତି କରାଯାଇଛି। ରାହୁଲ ବାହାରକୁ ଆସିବା ମାତ୍ରେ ଗ୍ରୀନ କରିଡର ମଧ୍ୟମରେ ଆଇସିୟୁ ଆମ୍ବୁଲାନ୍ସ ମାଧ୍ୟମରେ ହସ୍ପିଟାଲ ନିଆଯିବ। ରାହୁଲ ଜୀବତ ଅଛି ଏବଂ ତା’ର ସ୍ବାସ୍ଥ୍ୟ ବସ୍ଥା ଭଲ ରହିଛି।
ମେଡିକାଲ ଟିମ୍ ଘଟଣାସ୍ଥଳରେ ଷ୍ଟ୍ରେଚର, ଅକ୍ସିଜେନ ସିଲିଣ୍ଡର ଓ ଅନ୍ୟ ଜରୁରୀକାଳୀନ ସାମଗ୍ରୀ ନେଇ ପହଞ୍ଚିଛନ୍ତି। ଉଦ୍ଧାରକାରୀ ଦଳ ଟନେଲ ଠାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ କରିଡର କରିସାରିଛି। କାରଣ ଯେକୌଣସି ସମୟରେ ରାହୁଲକୁ ଉଦ୍ଧାର କରାଯାଇପାରେ। ରାହୁଲର ବାପା-ମା’ଙ୍କୁ ମଧ୍ୟ ଆମ୍ବୁଲାନ୍ସକୁ ଅଣାଯାଇଛି।
ଅନ୍ୟପଟରେ ରାହୁଲ ଉଦ୍ଧାର ହେବା ପରେ କେତେ ସମୟ ଭିତରେ ବିଳାସପୁରସ୍ଥିତ ଆପଲୋ ହସ୍ପିଟାଲରେ ପହଞ୍ଚିବ, ସେଥିପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି। ରାହୁଲ ହସ୍ପିଟାଲରେ ପହଞ୍ଚିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏଥି ପାଇଁ ମେଡିକାଲ ଟିମ୍ ପ୍ରସ୍ତୁତ ଅଛନ୍ତି।
ସୂଚନାଯୋଗ୍ୟ, ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁର ୧୦ବର୍ଷର ମୂକ-ବଧିର ବାଳକ ରାହୁଲ ୮୦ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଥିଲା। ପ୍ରଶାସନ, ସେନା ଓ ଏନଡିଆରଏଫ ଟିମ୍ ନିୟୋଜିତ ହୋଇଥିବାରୁ ୧୦ ବର୍ଷର ମୂକ ବଧିର ବାଳକ ଉଦ୍ଧାର ପାଇବା ଆଶା ଉଜ୍ଜୀବିତ ହୋଇଛି।