ନୂଆଦିଲ୍ଲୀ: ସଙ୍କଟ ସମୟରେ ଏକ ଦାୟିତ୍ବସମ୍ପନ୍ନ ବିରୋଧୀ ଦଳର ଆଚରଣ କିଭଳି ହେବା ଉଚିତ୍ ତାହା କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦେଖାଇ ଦେଇଛନ୍ତି। ରାହୁଲ ଗାନ୍ଧୀ କରୋନା ବିଶ୍ବ ମହାମାରୀ ସମୟରେ ସକରାତ୍ମକ ରହିଛନ୍ତି। ଏହାଦ୍ବାରା ସେ ଜଣାଇ ଦେଇଛନ୍ତି ଯେ ସଙ୍କଟ ସମୟରେ ସମେସ୍ତ ମିଳିମିଶି ଲଢ଼ିବାକୁ ପଡ଼ିବ। କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏଭଳି ପ୍ରଶଂସା କରିଛି ଶିବସେନା। ଶିବସେନାର ପତ୍ରିକା ସାମ୍ନାରେ ପ୍ରକାଶିତ ଏକ ସମ୍ପାଦକୀୟରେ କୁହାଯାଇଛି ଯେ, ରାହୁଲ ଗାନ୍ଧୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନା ବିଶ୍ବ ମହାମାରୀ ବିରୋଧରେ ଲଢ଼େଇ ପାଇଁ ସିଧାସଳଖ କଥାବାର୍ତ୍ତା ହେବା ଉଚିତ୍। ରାହୁଲ ଗାନ୍ଧୀଙ୍କର କରୋନା ମୁକାବିଲା ଦିଗରେ କିଛି ମତାମତ ଥାଇପାରେ। ମୋଦୀ ଏବଂ ରାହୁଲ ୱାନ୍ ଟୁ ୱାନ୍ କଥା ହେବାପାଇଁ ସାମ୍ନାରେ କୁହାଯାଇଛି। ତେବେ ବର୍ତ୍ତମାନର ସଙ୍କଟ ସମୟରେ ରାହୁଲ ଯେଭଳି ଆଚରଣ ଦେଖାଇଛନ୍ତି ସେଥିପାଇଁ ସେ ଉଚ୍ଚ ପ୍ରଶଂସାଯୋଗ୍ୟ। ସଙ୍କଟ ସମୟରେ ଏକ ବିରୋଧୀ ଦଳର ଆଚରଣ କିଭଳି ହେବା ଉଚିତ୍ ସେନେଇ ରାହୁଲ ଏକ ଆଦର୍ଶ ଆଚରଣ ବିଧି ସୃଷ୍ଟି କରିଛନ୍ତି ବୋଲି ସେନା କହିଛି।
ବିରୋଧୀ ଦଳ କିଭଳି ହେବା ଉଚିତ୍ ତାହା ରାହୁଲ ଦେଖାଇଦେଲେ: ଶିବସେନା
/sambad/media/post_attachments/wp-content/uploads/2020/01/rahul-ndtv.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)