ଗୋଆରେ ଛୁଟି ମନାଉଛନ୍ତି ରାହୁଲ-ସୋନିଆ

ପାନାଜୀ : କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ତାଙ୍କ ମା’ ତଥା ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବେ ଗୋଆରେ ଛୁଟି କାଟୁଛନ୍ତି। ୩ ଦିନିଆ ଗୋଆ ଗସ୍ତରେ ଥିବା ରାହୁଲ ଏବଂ ସୋନିଆ ଦକ୍ଷିଣ ଗୋଆର ଏକ ପଞ୍ଚ ତାରକା ରିସୋର୍ଟରେ ରହୁଛନ୍ତି। ଗତକାଲି ରାହୁଲଙ୍କୁ ଦକ୍ଷିଣ ଗୋଆର ଏକ ଲୋକପ୍ରୀୟ ସିଫୁଡ୍‌ ରେସ୍ତୋରାଁରେ ଦେଖିବାକୁ ମିଳିଥିଲା। ଏକ ବ୍ଲ୍ୟୁ ଟି ସାର୍ଟ ପିନ୍ଧିଥିବା ରାହୁଲ ଗାନ୍ଧୀ ମଧ୍ୟ ସିଫୁଡ୍‌ ରେସ୍ତୋରାଁର ଗ୍ରାହକମାନଙ୍କ ସହ ସେଲ୍ଫି ନେଇଥିଲେ। ‌ତେବେ ରାହୁଲଙ୍କ ଏହି ଗସ୍ତ ସମ୍ପୂର୍ଣ୍ଣ ଭାବେ ବ୍ୟକ୍ତିଗତ। ଗୋଆ କଂଗ୍ରେସ ପ୍ରବକ୍ତା କହିଛନ୍ତି ଯେ ଉଭୟ ରାହୁଲ, ସୋନିଆ ବ୍ୟକ୍ତିଗତ ଗସ୍ତରେ ଆସିଥିବାରୁ କୌଣସି ଦଳୀୟ କାର୍ଯ୍ୟକ୍ରମ ରଖାଯାଇନାହିଁ। ତେବେ ରାହୁଲ ବ୍ୟକ୍ତିଗତ ଗସ୍ତରେ ଥିଲେ ମଧ୍ୟ ପୂର୍ବ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାରିକରଙ୍କୁ ରାଫେଲ ମାମଲାରେ ସମାଲୋଚନା କରି ଟ୍ବିଟ୍‌ କରିଛନ୍ତି।

ସମ୍ବନ୍ଧିତ ଖବର