ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଫେଲ ଯୁଦ୍ଧ ବିମାନ ଚୁକ୍ତି ପ୍ରସଙ୍ଗରେ ଆଜି ପୁଣି ସରକାରଙ୍କୁ ଘେରିଛନ୍ତି। ବେଙ୍ଗାଲୁରୁରେ ଆଜି ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍) ମୁଖ୍ୟାଳୟ ବାହାରେ କର୍ମଚାରୀଙ୍କୁ ଉଦ୍ବୋଧନ ଦେଇ ରାହୁଲ କହିଛନ୍ତି ଯେ ମୋଦି ସରକାର ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ (ହାଲ୍)କୁ ଦୁର୍ବଳ ଓ କ୍ଷତିଗ୍ରସ୍ତ କରିଛନ୍ତି। ରାଫେଲ ନିର୍ମାଣ ଦାୟିତ୍ବ ହାଲ୍କୁ ଦିଆଯିବା ବଦଳରେ ଘରୋଇ କମ୍ପାନି ହାତରେ ଟେକିଦେଇ ସରକାର ଦେଶର ଏହି ଗୁରୁତ୍ବପୂର୍ଣ୍ଣ ସାମରିକ ସମ୍ପତ୍ତିକୁ ପ୍ରବଳ କ୍ଷତିର ସମ୍ମୁଖୀନ କରାଇଛନ୍ତି। ହାଲ କର୍ମଚାରୀଙ୍କ ସହିତ ମୁଁ ସର୍ବଦା ରହିଛି ଏବଂ ସେମାନଙ୍କ କଷ୍ଟ ଉପଲବ୍ଧି କରୁଛି ବୋଲି ରାହୁଲ କହିଛନ୍ତି। ସରକାର ଜାଣିଶୁଣି ରାଷ୍ଟ୍ରାୟତ ଉଦ୍ୟୋଗକୁ ଏଭଳି ଅପମାନିତ କରିବା ପଛରେ ଘରୋଇ କମ୍ପାନି ପ୍ରୀତି ରହିଛି ବୋଲି ରାହୁଲ କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ରାଫେଲ ଚୁକ୍ତି ନେଇ କେବଳ ମିଥ୍ୟା ହିଁ କହି ଆସୁଛନ୍ତି ବୋଲି ରାହୁଲ କହିଛନ୍ତି। ହାଲ କର୍ମଚାରୀ ସଂଘର ଜଣେ ପୂର୍ବତନ ସାଧାରଣ ସଂପାଦକ ଅଭିଯୋଗ କରିଛନ୍ତି ଯେ ରାହୁଲ ଗାନ୍ଧୀଙ୍କ ସଭାରେ ଯୋଗ ନଦେବା ପାଇଁ ହାଲ୍ କର୍ତ୍ତୃପକ୍ଷ କର୍ମଚାରୀଙ୍କ ଉପରେ ଚାପ ସୃଷ୍ଟି କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ରାଫେଲ ନିର୍ମାଣ ପାଇଁ ହାଲରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନାହିଁ ବୋଲି ଦେଇଥିବା ବୟାନ ଭୁଲ୍ ବୋଲି ସେ କହିଛନ୍ତି। କର୍ମଚାରୀଙ୍କୁ ରାହୁଲ କହିଛନ୍ତି ଯେ ସରକାର ଫ୍ରାନ୍ସ ସହ ରାଫେଲ ଚୁକ୍ତି କରିବା ବେଳେ ହାଲ୍କୁ ସଂପୂର୍ଣ୍ଣ ଅଣଦେଖା କରାଯାଇଥିଲା ଏବଂ ଆମେ ଏହାର ଜୋର୍ଦାର ପ୍ରତିବାଦ କରିବୁ। ଗୋଟିଏ ପଟେ ହାଲ୍ କର୍ମଚାରୀଙ୍କୁ ରାହୁଲଙ୍କ ଉଦ୍୍ବୋଧନ ଏବଂ ଅନ୍ୟପଟେ କର୍ମଚାରୀ ନେତାଙ୍କ ସରକାର ବିରୋଧୀ ବୟାନ ଆଗକୁ ମାମଲାକୁ ନୂଆ ମୋଡ଼ ଦେବ ବୋଲି କୁହାଯାଉଛି।
ଏଚ୍ଏଏଲ୍ କର୍ମଚାରୀଙ୍କୁ ରାହୁଲଙ୍କ ଉଦ୍ବୋଧନ, ହାଲ୍କୁ ଅପମାନିତ କରିଛନ୍ତି ସରକାର
ଭାରତର ସାମରିକ ସଂପତ୍ତିକୁ ସରକାର କ୍ଷତିଗ୍ରସ୍ତ କରିଛନ୍ତି
/sambad/media/post_attachments/wp-content/uploads/2018/10/rahul-7591.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)