ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ୫୩ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଅନେକ କଂଗ୍ରେସ ନେତା ଏବଂ ସେଲିବ୍ରିଟିମାନେ ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏଆଇସିସି ମୁଖ୍ୟାଳୟ ବାହାରେ ପୋଷ୍ଟର ଲାଗିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ , ଡିକେ ଶିବକୁମାର ଏବଂ ଅନ୍ୟ ବରିଷ୍ଠ ନେତାମାନେ ଟ୍ବିଟ୍‌ କରି ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି । କଂଗ୍ରେସ ଦଳ ରାହୁଲଙ୍କୁ ‘ ନିର୍ଭୀକ’ ଏବଂ ‘ମୋହବତ କି ଦୁକାନ’ କହି ଜନ୍ମଦିନର ଶୁଭେଚ୍ଛା ଜଣାଇଛି। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ମଧ୍ୟ ରାହୁଲଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ରାହୁଲଙ୍କ ଜନ୍ମଦିନ ଅବସରରେ ମୁମ୍ବାଇ କଂଗ୍ରେସ ଆଜି ‘ମୋହବତ କି ଦୁକାନ’ ନାମରେ ଅନେକ କାର୍ଯ୍ୟକ୍ରମ ଆୟୋଜନ କରିଛି।