ନୂଆଦିଲ୍ଲୀ: ରାଉରକେଲାରେ ମଲ୍୍ଟି ସ୍ପେସାଲିଟି ହସ୍ପିଟାଲ ସ୍ଥାପନ କରାଯିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ପୂରଣ ହୋଇନଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ୧୩୫୦ କିମି ରାସ୍ତା ଚାଲି ଚାଲି ଯାତ୍ରା କରିଥିବା ମୁକ୍ତିକାନ୍ତ ବିଶ୍ୱାଳଙ୍କୁ ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସମର୍ଥନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଦାବିକୁ ଭାରତର ଜନସାଧାରଣ ଏବଂ କଂଗ୍ରେସ ଦଳ ପୂରଣ କରିବ ବୋଲି ରାହୁଲ ଟ୍ଵିଟ୍ କରିଛନ୍ତି। ରାଉରକେଲାର ୩୦ ବର୍ଷୀୟ ମୁକ୍ତିକାନ୍ତ ତାଙ୍କ ଦାବି ନେଇ ଏକ ଜାତୀୟ ପତାକା ଧରି ଯାତ୍ରାରମ୍ଭ କରିଥିଲେ। ଆଜି ରାହୁଲଙ୍କ ଟ୍ଵିଟ୍ର ଜବାବ ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ମୁକ୍ତିକାନ୍ତଙ୍କ ଲମ୍ବା ପଦଯାତ୍ରା ହେଉଛି କଂଗ୍ରେସର ଲମ୍ବା ଶାସନର ବିଫଳତାର ପ୍ରତୀକ।
ମୁକ୍ତିକାନ୍ତଙ୍କୁ ରାହୁଲଙ୍କ ସମର୍ଥନ, ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ଆମେ ପୂରଣ କରିବୁ
/sambad/media/post_attachments/wp-content/uploads/2018/06/1-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)