ନୂଆଦିଲ୍ଲୀ: ଚୀନ ସେନା ଲଦାଖ ଏବଂ ଉତ୍ତରାଖଣ୍ଡରେ ଭାରତକୁ ଅନୁପ୍ରବେଶ କରିବା ସଂପର୍କରେ ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧି ସରକାରଙ୍କୁ ଘେରିଛନ୍ତି। ରାହୁଲ ଏକ ଟ୍ବିଟ୍ କରିଛନ୍ତି। ସେଥିରେ ସେ ମୋଦୀଙ୍କ ୨୦୧୪ ନିର୍ବାଚନ ସମୟର ୫୬ ଇଞ୍ଚ ଛାତି ପ୍ରସଙ୍ଗ ଉଠାଇଛନ୍ତି। ଭାରତରେ ଚୀନ ସେନାର ବର୍ଦ୍ଧିତ କାର୍ଯ୍ୟକ୍ରମ ଚୀନ ସହିତ ପାକିସ୍ତାନ ସହିତ ‘ ମିଷ୍ଟର ୫୬ ଇଞ୍ଚ’ ସମାନ ବୋଲି ରାହୁଲ ହିନ୍ଦୀରେ ଟ୍ବିଟ୍ କରିଛନ୍ତି। ଗତ ଅଗଷ୍ଟ ୩୦ ତାରିଖରେ ଚୀନ ସେନାରା ପ୍ରାୟ ୧୦୦ ଜଣ ସୈନିକ ଉତ୍ତରାଖଣ୍ଡର ବାରାହୋଟି ସେକ୍ଟରକୁ ଅନୁପ୍ରବେଶ କରିଥିଲେ ବୋଲି ଅଭିଯୋଗ ହୋଇଛି। ସେଠାରେ ଚୀନର ସୈନିକମାନେ କିଛି ସମୟ ରହିବା ପରେ ଫେରି ଯାଇଥିଲେ ବୋଲି କୁହାଯାଉଛି। ତେବେ ଚୀନର ଅନୁପ୍ରବେଶ ସଂପର୍କରେ ସରକାରୀ ଭାବେ କୌଣସି ବିବୃତି ଦିାଯାଇନାହିଁ। ଭାରତ ଏବଂ ଚୀନ ମଧ୍ୟରେ ଲଦାଖ ସୀମାରେ ଉତ୍ତେଜନା ଲାଗି ରହିଥିବାବେଳେ ଉତ୍ତରାଖଣ୍ଡ ପ୍ରସଙ୍ଗ ଏହାକୁ ଆହୁରି ଜଟିଳ କରିଛି। ଲଦାଖ ସୀମାରେ ଚୀନ ଏହାର ଭିତ୍ତିଭୂମିକୁ ସୁଦୃଢ଼ କରିବା ସହିତ ସେନା ମୁତୟନ ବଢ଼ାଇବାରେ ଲାଗିଛି। ପୂର୍ବ ଲଦାଖ ସୀମାରେ ଭାରତ କଡ଼ା ସତର୍କତା ଅବଲମ୍ବନ କରିଛି। ଦୁଇ ପକ୍ଷ ପ୍ରାୟ ୫୦ରୁ ୬୦ ହଜାର ଲେଖାଏଁ ସୈନ୍ୟ ମୁତୟନ କରିଛନ୍ତି।
ଚୀନ ସେନାର ଅନୁପ୍ରବେଶ ନେଇ ସରକାରକୁ ଘେରିଲେ ରାହୁଲ
/sambad/media/post_attachments/wp-content/uploads/2021/09/rahul-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)