ବିଜେପି ବିଧାୟକଙ୍କ ଇଭିଏମ୍‌ ଟିପ୍ପଣୀକୁ ଅସ୍ତ୍ର କଲେ ରାହୁଲ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନ ଲଢ଼ୁଥିବା ଜଣେ ବିଜେପି ପ୍ରାର୍ଥୀ ଇଭିଏମ୍‌ ସଂକ୍ରାନ୍ତରେ ଦେଇଥିବା‌ ଏକ ଟିପ୍ପଣୀକୁ ଅସ୍ତ୍ର କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ହରିୟାଣାର ଅସନ୍ଧ ଆସନରେ ନିର୍ବ‌ାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ବକ୍ସିସ ସିଂହ ବିର୍କ କହିଥିଲେ, ଇଭିଏମ୍‌ରେ ଯେକୌଣସି ବଟନ୍‌ ଦାବିଲେ ମଧ୍ୟ ଶାସକ ଦଳକୁ ଭୋଟ୍‌ ଯିବ। ତାଙ୍କର ଏହି ମନ୍ତବ୍ୟକୁ ରାହୁଲ ଗାନ୍ଧୀ ଏକ ଭିଡିଓ ସହିତ ସେୟାର କରିବା ସହ କହିଛନ୍ତି, ଏହି ବ୍ୟକ୍ତି ହିଁ ବିଜେପିର ସବୁଠୁ ସଚ୍ଚୋଟ ବ୍ୟକ୍ତି। ଅନ୍ୟପକ୍ଷେ ବିର୍କ ଏହି ଭିଡିଓଟିକୁ ନକଲି ବୋଲି କହିଛନ୍ତି ଏବଂ ବିରୋଧୀ ଦଳ ଦ୍ବାରା ତାଙ୍କୁ ଏବଂ ବିଜେପିକୁ ଅପମାନିତ କରିବାପାଇଁ ଏହା ଏକ ଷଡ଼୍‌ଯନ୍ତ୍ର ବୋଲି ବିର୍କ କହିଛନ୍ତି। ଅନ୍ୟପ‌କ୍ଷେ ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ୍‌ ହେବାପରେ ନିର୍ବାଚନ କମିସନ୍‌ ବିର୍କଙ୍କୁ ନୋଟିସ୍‌ କରିଛନ୍ତି ଏବଂ ପୂର୍ବତନ ‌ଉପ ନିର୍ବାଚନ କମିସନର ବି‌ନୋଦ ଜୁତ୍‌ଶୀଙ୍କୁ ଅସନ୍ଧ ନିର୍ବାଚନମଣ୍ଡଳୀକୁ ପଠାଇଛନ୍ତି। ନିର୍ବାଚନ କମିଟି ପକ୍ଷରୁ ଏକ ବିବୃତି ଜାରି କରି କୁହାଯାଇଛି ଯେ ଏନେଇ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ ହେବ।

ସମ୍ବନ୍ଧିତ ଖବର