ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି | ଆଉ ଏହାରି ଭିତରେ କେନ୍ଦ୍ର ସରକାର କଡା ସମାଲୋଚନା କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ | ରାହୁଲ ଗାନ୍ଧୀ ଟ୍ୱିଟ କରି ଲେଖିଛନ୍ତି ଯେ କରୋନା ଭାଇରସ ଦ୍ୱାରା ହେଉଥିବା କ୍ଷତି ପାଇଁ ଏକ ସଠିକ ଟିକା ରଣନୀତି ଓ ଆର୍ଥିକ ସହଯୋଗର ଆବଶ୍ୟକତା ରହିଛି |
କେନ୍ଦ୍ର ସରକାରଙ୍କ ଅଂହକାର ଓ ସତ୍ୟ ବିରୋଧରେ ଦମନକାରୀ ନୀତି ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯିବାରେ ଲାଗିଛି | ରାହୁଲ ଗାନ୍ଧୀ କହିଛନ୍ତି ଯେ କେନ୍ଦ୍ର ସରକାର କୌଣସି ପଦକ୍ଷେପ ଅଂହକାରୀ ଭାବରେ ନେଉଛନ୍ତି | ସରକାର ଏବେ ଦ୍ବନ୍ଦରେ ଅଛନ୍ତି ଯେ ଆଗକୁ କଣ କରିବେ | ସରକାରଙ୍କ ଭୁଲ ନୀତି ଯୋଗୁଁ ଲୋକ ପ୍ରାଣ ହରାଉଛନ୍ତି |
We need humility, a clear vaccine strategy & income support to contain this virus and related damage.
GOI’s mix of arrogance and suppression of the truth is killing lakhs of people. pic.twitter.com/nrLwtwQw0w
— Rahul Gandhi (@RahulGandhi) April 17, 2021
ସୂଚନା ଥାଉ କି ଏହା ପୂର୍ବରୁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କରୋନା ସଙ୍କଟକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ଆରୋପ ଲଗାଇଥିଲେ ଯେ ମୋଦୀ ସରକାର ବିଜେପି ଶାସନ ନଥିବା ରାଜ୍ୟ ଉପରେ ଭେଦଭାବ କରୁଛନ୍ତି | ସେ କହିଥିଲେ ଯେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବାରମ୍ବାର ମୋଦୀ ସରକାରଙ୍କୁ ଜରୁରୀ ଉପକରଣ ପାଇଁ ଚିଠି ଲେଖୁଥିଲେ ବି କେନ୍ଦ୍ର ସରକାର ନିରବ ରହୁଛନ୍ତି |