ହାଇଦ୍ରାବାଦ: ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଜୋରସୋରରେ ଚାଲିଛି। ଏହି ସମୟରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ବିଆରଏସ ମୁଖ୍ୟ କେସିଆରଙ୍କୁ ଟାର୍ଗେଟ କରିଛନ୍ତି। କେସିଆର ଏକ ରାଲିରେ ପଚାରିଥିଲେ, ତେଲେଙ୍ଗାନାରେ କଂଗ୍ରେସ କ’ଣ କରିଛି? ଏହାର ଜବାବ ଦେଇ ରାହୁଲ ଗାନ୍ଧୀ କେସିଆରକୁ ଟାର୍ଗେଟ କରି କହିଛନ୍ତି, 'ସେ ପ୍ରଶ୍ନ ଉଠାଇଛନ୍ତି, କଂଗ୍ରେସ କ’ଣ କରିଛି? ମୁଁ କହୁଛି ଯେ କଂଗ୍ରେସ କ’ଣ କରିଛି - ଯେଉଁ ରାସ୍ତାରେ କେସିଆର ଚାଲୁଛନ୍ତି ଏବଂ ଯେଉଁଠି ସେ ପାଠ ପଢ଼ିଛନ୍ତି ସେହି ବିଦ୍ୟାଳୟ କିମ୍ବା ବିଶ୍ୱବିଦ୍ୟାଳୟ କଂଗ୍ରେସ ଦ୍ୱାରା ନିର୍ମିତ ହୋଇଛି। କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆହୁରି ମଧ୍ୟ କହିଛନ୍ତି, "ପ୍ରଧାନମନ୍ତ୍ରୀ ମୋଦୀ ଯାହା କୁହନ୍ତି, କେସିଆର ମଧ୍ୟ କୁହନ୍ତି। କେସିଆର ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାହାଯ୍ୟ କରନ୍ତି। ଯଦି କେସିଆର ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନାହାଁନ୍ତି ତେବେ ତାଙ୍କ ବିରୋଧରେ କୌଣସି ମାମଲା ନାହିଁ କାହିଁକି? ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଲଢ଼ୁଛି ।
ମୋ ବିରୋଧରେ ୨୪ଟି ମାମଲା ରହିଛି। ପାଞ୍ଚ ଦିନ ପାଇଁ ଇଡି ମୋତେ ୫୫ ଘଣ୍ଟା ଧରି ପ୍ରଶ୍ନ କରିଛି। ମୋର ଲୋକସଭା ସଦସ୍ୟତା ବାତିଲ ହୋଇଛି, ମୋ ଘରକୁ ଛଡାଇ ନେଇଯାଇଛନ୍ତି । ମୁଁ ସେମାନଙ୍କୁ କହିଲି ମୋ ଘର ନିଅ, ମୁଁ ଚାହେଁ ନାହିଁ | ମୋର ଘର ଭାରତର କୋଟି କୋଟି ଗରିବ ଲୋକଙ୍କ ହୃଦୟରେ ଅଛି। ରାହୁଲ କହିଛନ୍ତି ଯେ ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି ଯେ ଆମେ ଓବିସି ମୁଖ୍ୟମନ୍ତ୍ରୀ ଆଣିବୁ। ପ୍ରଥମେ ଦୁଇ ପ୍ରତିଶତ ଭୋଟ୍ ଆଣନ୍ତୁ। କଂଗ୍ରେସ ବିଜେପିକୁ ପଛରେ ପକାଇ ଦେଇଛି। ବିଜେପି କେସିଆରଙ୍କୁ ପଛରୁ ସାହାଯ୍ୟ କରୁଛି। ଯେଉଁଠାରେ କଂଗ୍ରେସ ବିଜେପି ବିରୋଧରେ ଲଢେ ସେଠାରେ ଏଆଇଏମଆଇଏମ ପ୍ରାର୍ଥୀଙ୍କୁ ଟିକେଟ ଦିଏ | ସେହିପରି କଂଗ୍ରେସ ଇସ୍ତାହାରକୁ ନେଇ ରାହୁଲ ଗାନ୍ଧୀ କହିଛନ୍ତି ଯେ ସରକାର ଗଠନ ପରେ ପ୍ରଥମ କ୍ୟାବିନେଟ ବୈଠକରେ ତେଲେଙ୍ଗାନାକୁ ଦିଆଯାଇଥିବା ସମସ୍ତ ପ୍ରତିଶ୍ରୁତି ପାଇଁ ଆମେ ଆଇନ ପ୍ରସ୍ତୁତ କରିବୁ।
,