୧୫ ଶ୍ରମିକ ଖଣିରେ ଫସିଥିବା ବେଳେ ପ୍ରଧାନମନ୍ତ୍ରୀ ପୋଜ୍‌ ଦେଉଛନ୍ତି: ରାହୁଲ

ନୂଆଦିଲ୍ଲୀ: ମେଘାଳୟରେ ଖଣି ଖନନ ବେଳେ ୧୫ ଜଣ ଶ୍ରମିକ ୭୦ ଫୁଟ ତଳେ ଫସିରହିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେମାନଙ୍କ ଉଦ୍ଧାର ପାଇଁ କୌଣସି ଚିନ୍ତାପ୍ରକଟ କରୁନାହାନ୍ତି ଏବଂ ବୋଗିବିଲ୍‌ ସେତୁ ଉଦ୍‌ଘାଟନ ସମୟରେ କ୍ୟାମେରା ସମ୍ମୁଖରେ ପୋଜ୍‌ ଦେଉଛନ୍ତି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏଭଳି କହିଛନ୍ତି। ଶ୍ରମିକମାନେ ୨ ସପ୍ତାହ ଧରି ଖଣି ଭିତରେ ଫସିରହିଥିଲେ ମଧ୍ୟ ଉଚ୍ଚ କ୍ଷମତାସମ୍ପନ୍ନ ପମ୍ପ୍‌ ଯୋଗାଣ ହେଉନଥିବାରୁ ଏହି ସଂକଟ ଜଟିଳ ରୂପ ନେଇଛି ବୋଲି ରାହୁଲ କହିଛନ୍ତି। ପ୍ରଧାନମନ୍ତ୍ରୀ ତୁରନ୍ତ ଏ ଦିଗରେ ହସ୍ତକ୍ଷେପ କରିବା ଲୋଡ଼ା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର