ରାହୁଲ କହିଲେ, ୧୫ ମିନିଟରେ କିଭଳି ସୁଧୁରିପାରିବ ଅର୍ଥବ୍ୟବସ୍ଥା

ରାଞ୍ଚି: ଦେଶରେ ବିଗୁଡୁଥିବା ଅର୍ଥବ୍ୟବସ୍ଥାକୁ ନେଇ ଆଜି କଂଗ୍ରେସ ସାଂସଦ ତଥା ବରିଷ୍ଠ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ କରିଛନ୍ତି | ୧୫ ମିନିଟରେ ଅର୍ଥବ୍ୟବସ୍ଥା କିଭଳି ସୁଧୁରିପାରିବ ସେ ନେଇ ରାହୁଲ ଆଜି ଜନସାଧାରଣଙ୍କୁ ସମ୍ବୋଧନ କରି କହିଛନ୍ତି | ଝାଡ଼ଖଣ୍ଡର ରାଜମହଲ ନିର୍ବାଚନ ସଭାରେ ରାହୁଲ କହିଛନ୍ତି ଯେ ନରେନ୍ଦ୍ର ମୋଦୀ କେବଳ ନିଜ ବନ୍ଧୁମାନଙ୍କୁ ସାହାଯ୍ୟ କରିଥାନ୍ତି |

(Photo credits: IANS)

ଯେତିକି ଟଙ୍କା ମୋଦୀ ତାଙ୍କ ଧନୀ ସାଙ୍ଗମାନଙ୍କୁ ଦେଇଛନ୍ତି ସେତିକି ଟଙ୍କା ଯଦି ଦେଶର ଗରିବଙ୍କୁ ଦେଇଦେବେ ତେବେ ଦେଶର ଅର୍ଥବ୍ୟବସ୍ଥା ୧୫ ମିନିଟରେ ସୁଧୁରିଯିବ | କାରଣ ଗରିବଙ୍କ ପାଖରେ ଟଙ୍କା ଥିଲେ ସେମାନେ ଜିନିଷ କିଣିପାରିବେ |

ରାହୁଲ କହିଛନ୍ତି ଯେ ଜିଏସ୍ଟି ଓ ବିମୁଦ୍ରାକରଣ ସାଧାରଣ ଲୋକଙ୍କ ପାଇଁ କ୍ଷତି ସାବ୍ୟସ୍ତ ହୋଇଛି | କିନ୍ତୁ ଦେଶର ୧୫ ରୁ ୨୦ ଜଣ ଶିଳ୍ପପତିଙ୍କୁ ଏହା ଲାଭ ଦେଇଛି | ରାହୁଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଝାଡ଼ଖଣ୍ଡର ଅର୍ଥ ଧନୀଙ୍କ ଦେଇଥାନ୍ତି | ଗରିବ ଲୋକଙ୍କ ପଇସା ନିଜ ସାଙ୍ଗକୁ ଦେଇଛନ୍ତି | ସେହିପରି ମୋଦୀ ଦେଶର ଲୋକଙ୍କ ମଧ୍ୟରେ ବିଭାଜନ ପାଇଁ ଚେଷ୍ଟା କରୁଥିବାର ରାହୁଲ କହିଛନ୍ତି |

ସମ୍ବନ୍ଧିତ ଖବର