ପାଟନା: ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପିକୁ ନେଇ ଆଜି କେନ୍ଦ୍ର ସରକାର ଓ ନୀତିଶ ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ | ବିହାର ବିଧାନସଭା ନିର୍ବାଚନ ପାଇଁ କଟିହାରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ରାହୁଲ କହିଛନ୍ତି ଯେ ଛତିଶଗଡ଼ରେ ଧାନ କୁଇଣ୍ଟାଲ ପିଛା ୨୫୦୦ ଟଙ୍କା ମିଳୁଥିବାବେଳେ କାହିଁକି ବିହାରରେ ଏହି ଧାନର ମୂଲ୍ୟ ମାତ୍ର ୭୦୦ ଟଙ୍କା ରହିଛି | ରାହୁଲ କହିଛନ୍ତି ଯେ ଛତିଶଗଡ଼ରେ କଂଗ୍ରେସ ସରକାର ଥିବାବେଳେ ସେଠାକାର କୃଷକଙ୍କୁ ୨୫୦୦ ଟଙ୍କା ମିଳୁଛି | ଯଦି ଛତିଶଗଡ଼ରେ ୨୫୦୦ ଟଙ୍କା ମିଳିପାରୁଛି ତେବେ ବିହାରରେ କାହିଁକି ମିଳିପାରୁନାହିଁ |
#WATCH: In Chhattisgarh farmers get Rs 2,500 per quintal for paddy, here you get Rs 700. What mistake did you make? You voted for Nitish ji and Modi ji. Now is the time to rectify the mistake: Congress leader Rahul Gandhi in Katihar#BiharElections pic.twitter.com/ga24GQ5Lxl
— ANI (@ANI) November 3, 2020
ଏଠାରେ ସବୁ କିଛି ଅଛି କିନ୍ତୁ ବିହାରର ଚାଷୀଙ୍କୁ କ୍ୱିଣ୍ଟାଲ ପିଛା ମାତ୍ର ୭୦୦ ଟଙ୍କା ମିଳୁଛି | ବିହାରର କୃଷକ କଣ ଭୁଲ କରିଛନ୍ତି ବୋଲି ରାହୁଲ ପ୍ରଶ୍ନ କରିଛନ୍ତି | ଏହା ପରେ ରାହୁଲ କହିଥିଲେ ଯେ ବିହାରର କୃଷକ ନୀତିଶ ଓ ମୋଦୀଙ୍କୁ ଭୋଟ ଦେଇ ଏହି ଭୁଲ କରିଛନ୍ତି | ଆପଣ ନୀତିଶଙ୍କୁ ଭୋଟ ଦେଇ ମୁଖ୍ୟମନ୍ତ୍ରୀ କରିଛନ୍ତି ଆଉ ଏବେ ଏହି ଭୁଲକୁ ସୁଧାରିବାର ସମୟ ଆସିଛି |
ସୂଚନା ଥାଉ କି ବିହାର ବିଧାନସଭା ନିର୍ବାଚନକୁ ନେଇ ଏବେ ସରଗରମ ସ୍ଥିତି ଥିବାବେଳେ ଉଭୟ ଜାତୀୟ ଓ ଆଞ୍ଚଳିକ ନେତା ବିଭିନ୍ନ ବୟାନ ଦେଇ ଭୋଟରଙ୍କୁ ନିଜ ଦଳ ପ୍ରତି ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି |