ମଣିପୁରରେ ଆତଙ୍କବାଦୀ ଆକ୍ରମଣ ପରେ ମୋଦୀ ସରକାର ଦେଶକୁ ସୁରକ୍ଷା ଦେବାରେ ଅସମର୍ଥ ବୋଲି କହିଲେ ରାହୁଲ

ଇମ୍ଫାଲ: ମଣିପୁରରେ ସେନା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପୁଣି ଥରେ ପ୍ରମାଣିତ କରିଛି ଯେ ମୋଦୀ ସରକାର ଦେଶକୁ ସୁରକ୍ଷା ଦେବାରେ ଅସମର୍ଥ। ଆଜି ମଣିପୁରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ୭ଜଣଙ୍କ ମୃତ୍ୟୁ ପରେ ଏଭଳି ଟୁଇଟ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ।

‌ସେ ଲେଖିଛନ୍ତି ଯେ, ସେନା ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପୁଣି ଥରେ ପ୍ରମାଣିତ କରିଛି ଯେ ମୋଦୀ ସରକାର ଦେଶକୁ ସୁରକ୍ଷା ଦେବାରେ ଅସମର୍ଥ।  ଏହି ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହ ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଉଛି।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘଟଣାକୁ ନେଇ ଶୋକପ୍ରକାଶ କରିବା ସହ ଟ୍ବିଟ କରିଛନ୍ତି ଯେ, ମଣିପୁରରେ ଆସାମ ରାଇଫଲ୍ସ ଯବାନଙ୍କ ଉପରେ ହୋଇଥିବା ଆକ୍ରମଣକୁ ମୁଁ ନିନ୍ଦା କରୁଛି। ଆଜି ସହିଦ ହୋଇଥିବା ଯବାନ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ମୁଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ସେମାନଙ୍କର ବଳିଦାନ କେବେ ବି ଭୁଲି ହେବ ନାହିଁ।

ଉଲ୍ଲେଖଯୋଗ୍ୟ, ୪୬ ଆସାମ ରାଇଫଲର କମାଣ୍ଡିଙ୍ଗ ଅଫିସର କର୍ଣ୍ଣେଲ ବିପ୍ଲବ ତ୍ରିପାଠୀ ନିଜ ପରିବାର ସହିତ ଯାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କ ଗାଡି ଉପରକୁ ହଠାତ ଆକ୍ରମଣ କରିଥିଲେ । ଆକ୍ରମଣରେ କମାଣ୍ଡିଙ୍ଗ ଅଫିସରଙ୍କ ପତ୍ନୀଙ୍କ ସହ ମୋଟ ୭ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ କମାଣ୍ଡିଂ ଅଫିସରଙ୍କୁ ମିଶାଇ ୫ଜଣ ଯବାନ ଏବଂ କମାଣ୍ଡିଂ ଅଫିସରଙ୍କ ପତ୍ନୀ ଓ ପୁଅ ଥିବା ଜଣାପଡ଼ିଛି। ମଣିପୁରସ୍ଥିତ ପିପୁଲ୍ସ ଲିବରେସନ୍ ଆର୍ମି ଏହି ଆକ୍ରମଣ ପଛରେ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର