ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟିର ସାଂସଦ ସ୍ୱାଧୀ ପ୍ରଜ୍ଞା ଠାକୁର ନାଥୁରମ ଗଡ୍ସେଙ୍କୁ ଦେଶଭକ୍ତ କହିବା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ସାଂସଦ ରାହୁଲ ଗାନ୍ଧୀ | ରାହୁଲ ପ୍ରଜ୍ଞା ଠାକୁରଙ୍କୁ ଆତଙ୍କବାଦୀ ବୋଲି ଅଭିହିତ କରିଛନ୍ତି | ନିଜ ଟ୍ୱିଟରରେ ଲେଖିଛନ୍ତି ଯେ ଆତଙ୍କବାଦୀ ପ୍ରଜ୍ଞା ଆତଙ୍କବାଦୀ ଗଡ୍ସେଙ୍କୁ ଦେଶଭକ୍ତ କହିଛନ୍ତି | ଭାରତର ସଂସଦର ଇତିହାସରେ ଏହା ଏକ ଦୁଃଖଦ ଦିନ ବୋଲି ରାହୁଲ କହିଛନ୍ତି |

Advertisment


ଏଠାରେ ସୂଚନା ଥାଉ କି ଗତକାଲି ଲୋକସଭାରେ ଆଲୋଚନା ବେଳେ ପ୍ରଜ୍ଞା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମଙ୍କୁ ‘ଦେଶଭକ୍ତ’ କହିଥ‌ିଲେ। ଲୋକସଭାରେ ଏସ୍‌ପିଜି (ସଂଶୋଧନ) ବିଲ୍‌ ଉପରେ ଆଲୋଚନା ଚାଲିଥିବା ବେଳେ ଡିଏମ୍‌କେ ନେତା ଏ ରାଜା ଗଡ଼ସେଙ୍କ କଥା ଉଠାଇଥିଲେ।

ନାଥୁରାମ ଗଡ଼ସେ ମହାତ୍ମା ଗାନ୍ଧୀଙ୍କୁ କାହିଁକି ହତ୍ୟା କରିଥିଲେ ସେ ସଂକ୍ରାନ୍ତରେ ରାଜା ଗଡ଼ସେଙ୍କର ଏକ ଟିପ୍ପଣୀକୁ ରଖିଥିବା ବେଳେ ପ୍ରଜ୍ଞା ଏଥିରେ ହସ୍ତକ୍ଷେପ କରିଥିଲେ। ପ୍ରଜ୍ଞା କହିଥିଲେ ଯେ, ସେ ଜଣେ ଦେଶଭକ୍ତଙ୍କର ଉଦାହରଣ ଦେଇପାରିବେ ନାହିଁ। ଏହି ବୟାନ ପରେ ବିବାଦୀୟ ସାଂସଦ ପ୍ରଜ୍ଞା ଠାକୁରଙ୍କୁ ଭାରତୀୟ ଜନତା ପାର୍ଟି ନିନ୍ଦା କରିବା ସହ ସଂସଦୀୟ ସୁରକ୍ଷା ପାନେଲରୁ ବାଦ ଦିଆଯାଇଛି।