ନୂଆଦିଲ୍ଲୀ : ମହାରାଷ୍ଟ୍ର ନିର୍ବାଚନ ଫିକ୍ସ ହୋଇଥିବା ନେଇ ଦେଇଥିବା ବୟାନକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ପୁଣି ଥରେ ନିର୍ବାଚନ କମିସନଙ୍କୁ ଟାର୍ଗେଟ୍ କରିଛନ୍ତି । ସେ କହିଛନ୍ତି ଯେ ନିର୍ବାଚନ କମିସନ ଟାଳଟୁଳନୀତି ଛାଡ଼ି ତାଙ୍କ ପ୍ରଶ୍ନର ଉତ୍ତର ଦେବା ଉଚିତ୍। 
ଏହା ପୂର୍ବରୁ ରାହୁଲ ଗାନ୍ଧିଙ୍କ ନିର୍ବାଚନ ଫିକ୍ସିଂ ନେଇ କରିଥିବା ଅଭିଯୋଗକୁ ନିର୍ବାଚନ କମିସନ ଖାରଜ କରିବା ସହ ଏପରି ବୟାନକୁ ଅଯୌକ୍ତିକ ବୋଲି କହିଥିଲେ । 

Advertisment

ନିର୍ବାଚନ କମିସନଙ୍କ ବୟାନ ପରେ ରାହୁଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରିଛନ୍ତି, "ପ୍ରିୟ ନିର୍ବାଚନ କମିଶନ, ଆପଣ ଏକ ସାମ୍ବିଧାନିକ ସଂସ୍ଥା। ମଧ୍ୟସ୍ଥିମାନଙ୍କୁ ସ୍ୱାକ୍ଷରହୀନ, ଠକେଇକାରୀ ନୋଟ୍ ଜାରି କରିବା ଗମ୍ଭୀର ପ୍ରଶ୍ନର ଉତ୍ତର ଦେବାର ଉପାୟ ନୁହେଁ। ଯଦି ଆପଣଙ୍କର ଲୁଚାଇବା ପାଇଁ କିଛି ନାହିଁ ତେବେ ମୋ ଆର୍ଟିକିଲରେ ଦିଆଯାଇଥିବା ପ୍ରଶ୍ନର ଉତ୍ତର ଦିଅନ୍ତୁ ଏବଂ ପ୍ରମାଣ କରନ୍ତୁ: ମହାରାଷ୍ଟ୍ର ସମେତ ସମସ୍ତ ରାଜ୍ୟର ଲୋକସଭା ଏବଂ ବିଧାନସଭାର ସାମ୍ପ୍ରତିକ ନିର୍ବାଚନ ପାଇଁ ସମନ୍ୱିତ, ଡିଜିଟାଲ୍, ମେସିନ୍-ପଠନୀୟ ଭୋଟର ତାଲିକା ପ୍ରକାଶ କରନ୍ତୁ, ସନ୍ଧ୍ୟା ୫ଟା ପରେ ମହାରାଷ୍ଟ୍ର ମତଦାନ କେନ୍ଦ୍ରରୁ ସମସ୍ତ ସିସିଟିଭି ଫୁଟେଜ୍ ପ୍ରକାଶ କରନ୍ତୁ। ଏଡ଼ାଇ ଯିବା ଆପଣଙ୍କ ବିଶ୍ୱସନୀୟତାକୁ ରକ୍ଷା କରିବ ନାହିଁ। ସତ୍ୟ କହିବା ଆପଣଙ୍କ ବିଶ୍ୱସନୀୟତାକୁ ରକ୍ଷା କରିବ।"