ନୂଆଦିଲ୍ଲୀ : ମହାମାରୀ କୋଭିଡ୍-୧୯ ଲଢ଼େଇରେ ସମ୍ମୁଖ ଯୋଦ୍ଧା ସାଜି କ୍ଷତିଗ୍ରସ୍ତ ଅବା ପ୍ରାଣବଳି ଦେଇଥିବା ବିଭିନ୍ନ ବର୍ଗର ସ୍ବାସ୍ଥ୍ୟକର୍ମୀଙ୍କ ସମ୍ପର୍କରେ ବିଶଦ ତଥ୍ୟ କେନ୍ଦ୍ର ସରକାରଙ୍କ ପାଖରେ ନଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଖୁବ୍ ବର୍ଷିଛନ୍ତି। ଏହା ଦ୍ବାରା ଜୀବନକୁ ପାଣି ଛଡ଼େଇ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିବା ସ୍ବାସ୍ଥ୍ୟକର୍ମୀମାନଙ୍କୁ ଅପମାନିତ କରାଯାଇଛି ବୋଲି ସେ କହିଛନ୍ତି। ଚଳିତ ସପ୍ତାହରେ କେନ୍ଦ୍ର ସ୍ବାସ୍ଥ୍ୟ ରାଷ୍ଟ୍ରମନ୍ତ୍ରୀ ପ୍ରତି ଅଶ୍ବିନୀ ଚୌବେ ରାଜ୍ୟସଭାରେ କହିଥିଲେ ଯେ ସ୍ବାସ୍ଥ୍ୟ ରାଜ୍ୟର ବିଷୟ ହୋଇଥିବାରୁ କେନ୍ଦ୍ର ସରକାର ସେ ସମ୍ପର୍କିତ ଯାବତୀୟ ତଥ୍ୟ ରଖିନାହାନ୍ତି। ଶ୍ରୀ ଚୌବେଙ୍କ ଏଭଳି ଉତ୍ତରକୁ ଆଧାର କରି ଶ୍ରୀ ଗାନ୍ଧି ଟ୍ବିଟରରେ କେନ୍ଦ୍ର ସରକାରଙ୍କୁ ‘ପ୍ରତିକୂଳ ତଥ୍ୟମୁକ୍ତ ମୋଦୀ ସରକାର’ ଭାବେ ଅଭିହିତ କରିଛନ୍ତି। ସଂପୃକ୍ତ ପ୍ରଭାବିତ ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଉତ୍ସାହିତ କରିବା ଲାଗି ଘଣ୍ଟ, ଥାଳିଆ ପିଟିବା କିମ୍ବା ଦୀପ ଜାଳିବା ଅପେକ୍ଷା ସେମାନଙ୍କ ନିରାପତ୍ତା ଓ ସମ୍ମାନକୁ ପ୍ରାଧାନ୍ୟ ଦେବା ଗୁରୁତ୍ବପୂର୍ଣ୍ଣ ବୋଲି ରାହୁଲ କହିଛନ୍ତି।
କୋଭିଡ୍ ସମ୍ମୁଖ ଯୋଦ୍ଧା ସ୍ବାସ୍ଥ୍ୟକର୍ମୀଙ୍କ ତଥ୍ୟ ନ ଥିବାରୁ ସରକାରଙ୍କୁ ଘେରିଲେ ରାହୁଲ
/sambad/media/post_attachments/wp-content/uploads/2019/05/Rahul_gandhi.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)