ଜୟଶଙ୍କରଙ୍କୁ ରାହୁଲଙ୍କ ୩ଟି ପ୍ରଶ୍ନ

ଅପରେସନ ସିନ୍ଦୁର ପରେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନିୟମିତଭାବେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଟାର୍ଗେଟ୍ କରିଚାଲିଛନ୍ତି । ଆଜି ସେ କଗିଛନ୍ତି ଯେ ଜୟଶଙ୍କରଙ୍କ ସମୟରେ ଭାରତର ବୈଦେଶିକ ନୀତି ନଷ୍ଟ ହୋଇଯାଇଛି ।

rahul

ନୂଆଦିଲ୍ଲୀ : ଅପରେସନ ସିନ୍ଦୁର ପରେ କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ନିୟମିତଭାବେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଟାର୍ଗେଟ୍ କରିଚାଲିଛନ୍ତି । ଆଜି ସେ କଗିଛନ୍ତି ଯେ ଜୟଶଙ୍କରଙ୍କ ସମୟରେ ଭାରତର ବୈଦେଶିକ ନୀତି ନଷ୍ଟ ହୋଇଯାଇଛି । ରାହୁଲ ଜୟଶଙ୍କରଙ୍କୁ ‘ଜେଜେ’ ବୋଲି ସମ୍ବୋଧନ କରି ତାଙ୍କୁ ୩ଟି ପ୍ରଶ୍ନ ପଚାରିଛନ୍ତି। 

ରାହୁଲ ଗାନ୍ଧୀ ଲେଖିଛନ୍ତି, ‘ଜେଜେ’ କଣ କହିବେ ଯେ ଭାରତକୁ ପାକିସ୍ତାନ ସହିତ କାହିଁକି ଯୋଡାଯାଇଛି? କାହିଁକି ଗୋଟିଏ ବି ଦେଶ ପାକିସ୍ତାନକୁ ନିନ୍ଦା କରିବାରେ ଆମ ସହିତ ଯୋଗ ଦେଲେ ନାହିଁ? ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବାକୁ ଡୋନାଲ୍ଡ ଟ୍ରମ୍ପଙ୍କୁ କିଏ ଅନୁରୋଧ କରିଥିଲା?

କଂଗ୍ରେସ୍ ପୂର୍ବରୁ ବୈଦେଶିକ ମନ୍ତ୍ରୀଙ୍କୁ ନୂତନ ଯୁଗର ଜୟଚନ୍ଦ ବୋଲି ବର୍ଣ୍ଣନା କରିଥିଲା। ଏହା ପ୍ରାୟତଃ ବିଶ୍ୱାସଘାତକର ପ୍ରତିଶବ୍ଦ ଭାବରେ ବ୍ୟବହୃତ ହୁଏ। ମହାରାଜା ଜୟଚନ୍ଦ ଦ୍ୱାଦଶ ଶତାବ୍ଦୀର ରାଜପୁତ ରାଜା ଥିଲେ। 

କେବଳ ରାହୁଲ ଗାନ୍ଧି ନୁହେଁ, କଂଗ୍ରେସ ଦଳ ମଧ୍ୟ ଜୟଶଙ୍କର ଓ ସରକାରଙ୍କୁ ଏହି ପ୍ରସଙ୍ଗରେ ସମାଲୋଚନା କରିଚାଲିଛି । ତେବେ ସରକାର ପୂର୍ବରୁ ହିଁ ଏହି ଅଭିଯୋଗକୁ ଖାରଜ କରିସାରିଛନ୍ତି । ରାହୁଲ ବୈଦେଶିକ ମନ୍ତ୍ରୀଙ୍କ ବୟାନର ଭୁଲ ଅର୍ଥ ବାହାର କରିଛନ୍ତି ବୋଲି ବୈଦେଶିକ ମନ୍ତ୍ରାଳୟ କହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe