ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୁଣି ଥରେ ଅପମାନଜନକ ଭାଷା ବ୍ୟବହାର କରିଛନ୍ତି। ରାହୁଲ ଗାନ୍ଧୀ ଶୁକ୍ରବାର ଦିନ ଦାବି କରିଛନ୍ତି ଯେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନେକ ଥର ଭେଟିଛନ୍ତି ଏବଂ ତାଙ୍କର କୌଣସି ଦମ୍ ନାହିଁ।
ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ରାହୁଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଭାଷାର ପ୍ରୟୋଗ କରିଛନ୍ତି। ୨୦୧୯ରେ ସେ ରାଫେଲ ବିମାନ ପ୍ରସଙ୍ଗରେ କହିଥିଲେ ଯେ ‘ଚୌକୀଦାର ଚୋର୍ ହୈ’ । ଏହାକୁ ନେଇ ସେତେବେଳେ ବିବାଦ ସୃଷ୍ଟି ହୋଇଥିଲା ।
ସେ କଂଗ୍ରେସ 'ଓବିସି ପାର୍ଟନରସିପ୍ ଜଷ୍ଟିସ୍ କନଫରେନ୍ସ'ରେ ଏହି ମନ୍ତବ୍ୟ ଦେଇଥିଲେ। ଯେତେବେଳେ ରାହୁଲ ଗାନ୍ଧୀ ତାଙ୍କ ଭାଷଣ ସମୟରେ ପଚାରିଥିଲେ ଯେ ଦେଶର ସବୁଠାରୁ ବଡ଼ ସମସ୍ୟା କ'ଣ, ସେତେବେଳେ ସେଠାରେ ଉପସ୍ଥିତ ଜଣେ ପ୍ରଧାନମନ୍ତ୍ରୀଙ୍କ ନାମ ନେଇଥିଲେ। ଏହା ଉପରେ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କହିଥିଲେ, "ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ସମସ୍ୟା ନୁହଁନ୍ତି। ଗଣମାଧ୍ୟମର ଲୋକମାନେ କେବଳ ଏକ ବେଲୁନ୍ ତିଆରି କରିଛନ୍ତି( ବଢେଇଚଢେଇ । ମୁଁ ତାଙ୍କୁ ଭେଟିଛି, ତାଙ୍କ ସହିତ ରୁମରେ ବସିଛି। ଏହା କେବଳ 'ସୋ-ବାଜି', କୌଣସି ଦମ୍ ନାହିଁ।"
ତେବେ ଏହା ପ୍ରଥମ ଥର ନୁହେଁ, ପୂର୍ବରୁ ମଧ୍ୟ ରାହୁଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଭାଷାର ପ୍ରୟୋଗ କରିଛନ୍ତି। ୨୦୧୯ରେ ସେ ରାଫେଲ ବିମାନ ପ୍ରସଙ୍ଗରେ କହିଥିଲେ ଯେ ‘ଚୌକୀଦାର ଚୋର୍ ହୈ’ । ଏହାକୁ ନେଇ ସେତେବେଳେ ବିବାଦ ସୃଷ୍ଟି ହୋଇଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/07/25/rg-2025-07-25-22-44-20.jpg)