ନୂଆଦିଲ୍ଲୀ : ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ବିକାଶିତ ଭାରତ ଯୋଜନାକୁ ନେଇ ତାଙ୍କୁ କଟାକ୍ଷ କରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ମୋଦୀଙ୍କ ପାଖରେ କୌଣସି ନୂତନ ଚିନ୍ତାଧାରା ନାହିଁ ଏବଂ ଯୁବକମାନେ କେବଳ ଜୁମଲା ପାଉଛନ୍ତି, ଚାକିରି ନୁହେଁ।

Advertisment

ରାହୁଲ ଗାନ୍ଧୀ ସଂସଦର ମୌସୁମୀ ଅଧିବେଶନ ସମୟରେ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟକୁ ପଚରାଯାଇଥିବା ଲିଖିତ ପ୍ରଶ୍ନ ଏବଂ ସେମାନଙ୍କର ଉତ୍ତରର ଏକ କପି ସେୟାର କରିଛନ୍ତି। ରାହୁଲ ଗାନ୍ଧୀ 'ଏକ୍ସ' ରେ ପୋଷ୍ଟ କରିଛନ୍ତି "୧ ଲକ୍ଷ କୋଟି ଟଙ୍କାର ଜୁମଲା - ସିଜିନ୍ ୨। ୧୧ ବର୍ଷ ପରେ ବି ମୋଦୀଜିଙ୍କ ସେହି ପୁରୁଣା ଜୁମଲା, ସେହି ସମାନ ସଂଖ୍ୟା" । ସେ କହିଛନ୍ତି ଯେ ଗତ ବର୍ଷ ୧ ଲକ୍ଷ କୋଟି ଟଙ୍କା ମୂଲ୍ୟର ୧ କୋଟି ଚାକିରି ଓ ଇଣ୍ଟର୍ନସିପ୍ ଲାଗି ପ୍ରତିଶ୍ରୁତି ଦିଆଯାଇଥିଲା ଏବଂ ଚଳିତ ବର୍ଷ ପୁଣି ୧ ଲକ୍ଷ କୋଟି ଟଙ୍କାର ଚାକିରି ଲାଗି ପ୍ରତିଶ୍ରୁତି ଦିଆଯାଇଛି।

ରାହୁଲ ଦାବି କରିଛନ୍ତି, "ସତ୍ୟ କ'ଣ? ସଂସଦରେ ମୋର ପ୍ରଶ୍ନରେ, ସରକାର ସ୍ୱୀକାର କରିଥିଲେ ଯେ ୧୦ ହଜାରରୁ କମ୍ ଇଣ୍ଟର୍ନସିପ୍ କରାଯାଇଥିଲା। ଦରମା ଏତେ କମ୍ ଥିଲା ଯେ ୯୦ ପ୍ରତିଶତ ଯୁବକ ମନା କରିଦେଇଥିଲେ।" ସେ ଅଭିଯୋଗ କରିଛନ୍ତି ଯେ ମୋଦୀଜୀଙ୍କ ପାଖରେ ଏବେ କୌଣସି ନୂତନ ଆଇଡିଆ ବାକି ନାହିଁ। ଏହି ସରକାରରୁ ଯୁବକମାନଙ୍କୁ ନିଯୁକ୍ତି ମିଳିବ ନାହିଁ, ସେମାନେ କେବଳ ଜୁମଲା ପାଇବେ।"