ବିଜୟ ମାଲ୍ୟା ଫେରାର ହେବା ପଛରେ ମୋଦିଙ୍କ ହାତ :ରାହୁଲ

ନୂଆଦିଲ୍ଲୀ :  ବିଭିନ୍ନ ଭାରତୀୟ ବ୍ୟାଙ୍କରୁ କୋଟି କୋଟି ଟଙ୍କା ଠକି ନେଇ ବିଦେଶ ପଳାଇଯାଇଥିବା ମାମଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି ସିଧାସଳଖ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ମାଲ୍ୟାଙ୍କ ଲୁକ୍‌ଆଉଟ ନୋଟିସକୁ ଢିଲା କରିବାରେ ମୋଦିଙ୍କ ନିର୍ଦ୍ଦେଶ କାମ କରୁଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ହିଁ ସିବିଆଇ ଲୁକଆଉଟ ନୋଟିସକୁ ‘ଡିଟେନ’ରୁ ‘ରିପୋର୍ଟ’କୁ ବଦଳାଯାଇଥିଲା । ଟ୍ଵିଟ କରି ସେ କହିଛନ୍ତି ଯେ ସିବିଆଇ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ  ରିପୋର୍ଟ କରିଥାଏ । ଏତେ ବଡ଼ ହାଇପ୍ରୋଫାଇଲ ଓ ବିବାଦୀୟ ମାମଲାରେ ସିବିଆଇ ମନେ ମନେ ଲୁକଆଉଟ ନୋଟିସକୁ ପରିବର୍ତ୍ତନ କରିଥିବା ବିଶ୍ୱାସଯୋଗ୍ୟ ମନେହୁଏ ନାହିଁ ।

ଅନ୍ୟପକ୍ଷରେ ଲୁକଆଉଟ ନୋଟିସ ପରିବର୍ତ୍ତନ କରାଯାଇଥିବା କଥା ସିବିଆଇ ସ୍ୱୀକାର କରିଛି । କିନ୍ତୁ ମାଲ୍ୟା ଯେ ବିଦେଶ ଫେରାର ହୋଇଯିବେ ତାହା ବିଶ୍ୱାସ କରିହେଉନଥିଲା । କାରଣ ୨୦୧୫ ଡିସେମ୍ବର ୯,୧୦,୧୧ରେ ସେ ଜେରା ପାଇଁ ସିବିଆଇ ନିକଟରେ ଉପସ୍ଥିତ ହୋଇଥିଲେ । ଏଣୁ ଏହା ପରେ ସେ ଯେ ଫେରାର ହୋଇଯିବେ ତାହା ବିଶ୍ୱାସ ହେଉନଥିଲା ।

ସମ୍ବନ୍ଧିତ ଖବର