ରାହୁଲ ପୁଣି ଧରିବେ କଂଗ୍ରେସ ମଙ୍ଗ!

ନୂଆଦିଲ୍ଲୀ: କଂଗ୍ରେସର ପ୍ରାକ୍ତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ପୁଣି ଥରେ ଦଳର ମଙ୍ଗ ଧରିବେ ବୋଲି ଚର୍ଚ୍ଚା ଜୋର୍ ଧରିଛିା ବର୍ତ୍ତମାନର ଅଧ୍ୟକ୍ଷା ସୋନିଆ ଗାନ୍ଧି ପୁଅ ରାହୁଲଙ୍କ ପାଇଁ ପୁଣି ଥରେ ଗାଦି ଛାଡି଼ବା ପାଇଁ ଦଳର ବିଭିନ୍ନ ସ୍ତରରୁ ଦାବି ବଳବତ୍ତର ହେବାରେ ଲାଗିଛିା ଦଳର ମୁଖ୍ୟ ଭାବେ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ଯଦିଓ କିଛି ଗୋଟେ କଳ୍ପନାପ୍ରସୂତ ଘଟଣା ନୁହେଁ କି କଂଗ୍ରେସ ପାଇଁ କିଛି ନୂଆ ସଫଳତାର ସୁଯୋଗ ଆଣିିଦେବନି, ତଥାପି କିଛି ଦଳୀୟ ନେତା ଏପରି ପରିବର୍ତ୍ତନ ଆଶା କରୁଛନ୍ତିା ଗତବର୍ଷ ସାଧାରଣ ନିର୍ବାଚନରେ କଂଗ୍ରେସର ଦ୍ବିତୀୟ ଥର ଲାଗି ଶୋଚନୀୟ ପରାଜୟ ପରେ ରାହୁଲଙ୍କ ଅଧ୍ୟକ୍ଷ ପଦ ଛାଡି଼ବା ଘଟଣା ଅନେକ କିଛି ପରିବର୍ତ୍ତନ ଆଣିଦେବ ବୋଲି ଯେଉଁମାନେ ଆଶା ରଖିଥିଲେ ତାହା ଭୁଲ୍ ପ୍ରମାଣିତ ହୋଇଛିା କାରଣ ସବୁଠୁ ଅଧିିକ ଦିନ ଧରି ଦଳର ଅଧ୍ୟକ୍ଷତା ସମ୍ଭାଳିଥିବା ବର୍ତ୍ତମାନର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଏବେ ବି ବିଭିନ୍ନ ନିଷ୍ପତ୍ତି ନେବାରେ ରାହୁଲଙ୍କ ପରାମର୍ଶ ନେବାକୁ ପଡୁଥିବା ଅନ୍ୟମାନେ ଅନୁଭବ କରୁଛନ୍ତିା ଏପରିକି ଦଳ ଭିତରେ ଖୋଲାଖୋଲି ଭାବେ ମଧ୍ୟ ରାହୁଲଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ କେହି କେହି କହିବା ଆରମ୍ଭ କଲେଣିା

କିଛି ଦଳୀୟ ନେତାଙ୍କ ଅନୁଶୀଳନ ହେଲା, ଚଳିତ ମାସରେ ୫୦ ବର୍ଷ ପୂରିଥିବା ରାହୁଲ୍ ଦ୍ବିତୀୟ ପାଳି ମୋଦୀ ସରକାରଙ୍କୁ ଘେରିବାରେ ଅଧିକ ଆକ୍ରମଣାତ୍ମକ ଭୂମିକା ନିଭାଉଛନ୍ତିା ସାମାଜିକ ଗଣମାଧ୍ୟମରେ ମଧ୍ୟ ସକ୍ରିୟ ଥିବା ରାହୁଲ ସମ୍ପ୍ରତି ମହାମାରୀ କୋଭିଡ୍ ପରିଚାଳନାରେ ସରକାରକଙ୍କ ବିଫଳତା ଏବଂ ଚୀନ୍ ସେନା ସହ ଗଲୱାନ ସଂଘର୍ଷ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅତି କଟୁ ସମାଲୋଚନା କରି ଅଡୁଆରେ ପକାଇଛନ୍ତିା ଗତ ମଙ୍ଗଳବାର ଦଳର ବରିଷ୍ଠ ସଦସ୍ୟ(କାର୍ଯ୍ୟକାରିଣୀ ପରିଷଦ)ଙ୍କ ବୈଠକରେ ରାହୁଲ୍ ଭଉଣୀ ପ୍ରିୟଙ୍କାଙ୍କ ସମର୍ଥନରେ ଏବଂ ନିରବଦ୍ରଷ୍ଟା ମାଆ ସୋନିଆଙ୍କ ଉପସ୍ଥିତିରେ ନିଜ ଦଳକୁ ମଧ୍ୟ ଆକ୍ରମଣ କରିବାକୁ ଭୁଲିନଥିଲେ। ସରକାରଙ୍କ ବିଫଳତା ପାଇଁ ମୋଦୀଙ୍କୁ ବ୍ୟକ୍ତିଗତ ଭାବେ ନିଶାଣ କରିବାକୁ ଦଳର ପୁରୁଖା ନେତାମାନେ ନାପସନ୍ଦ କରୁଥିବା ବେଳେ ରାହୁଲ ନିଜ ପୁରୁଣା ଅଭ୍ୟାସର ପୁନରାବୃତ୍ତି ଉପରେ ଗୁରୁତ୍ବାରୋପ କରିଥିଲୋ ଏପରିକି ବରିଷ୍ଠ ନେତାମାନେ କାହିଁକି ରାହୁଲଙ୍କ ଏଭଳି ଆଭିମୁଖ୍ୟକୁ ଗ୍ରହଣ କରୁନାହାନ୍ତି ବୋଲି ପ୍ରିୟଙ୍କା ଗାନ୍ଧି ଭଦ୍ରା ଦୋଷାରୋପ କରିଥିଲେ। ଗାନ୍ଧି ପରିବାର ସଦସ୍ୟଙ୍କ ଏଭଳି ଅପ୍ରତ୍ୟାଶିତ ଆକ୍ରମଣ ଅନେକ ଉପସ୍ଥିତ ନେତାଙ୍କୁ ନିବିର୍ଚାରରେ ସେଥିରେ ସାମିଲ ହେବାକୁ ବାଧ୍ୟ କରିଥିଲାା ଏପରିକି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ରାହୁଲଙ୍କ ତୁରନ୍ତ ପ୍ରତ୍ୟାବର୍ତ୍ତନ ପାଇଁ ଆଶା ପୋଷଣ କରିଥିଲୋ ସେହିପରି ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ମଧ୍ୟ ଅନୁରୂପ ସମ୍ମତି ଜଣାଇଥିଲେ। ତେବେ ଦେଶର ଏହି ସର୍ବପୁରାତନ ଦଳ ରାହୁଲଙ୍କୁ ପୁଣି କେବେ ମଙ୍ଗ ଧରିବାର ସୁଯୋଗ ଦେବ, ତାହା ସମୟ ହିଁ କହିବ।

ସମ୍ବନ୍ଧିତ ଖବର