ଶିବସେନା ଉପରେ ରାହୁଲ କ୍ଷୁବ୍ଧ, ପରୋକ୍ଷରେ ଅସନ୍ତୋଷ ଜଣାଇଲେ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ବିଲ୍‌ (ସିଏବି)କୁ ଲୋକସଭାରେ ଶିବସେନା ସମର୍ଥନ ଦେଇଥିବାରୁ କଂଗ୍ରେସର ପୂର୍ବ ସଭାପତି ରାହୁଲ ଗାନ୍ଧୀ ପରୋକ୍ଷରେ ତାଙ୍କ ଅସନ୍ତୋଷ ଜାହିର କରିଛନ୍ତି। ଶିବସେନାର ନାମ ନନେଇ ରାହୁଲ ଟ୍ବିଟ୍‌ କରି କହିଛନ୍ତି, ଯେଉଁମାନେ ଏହି ବିଲ୍‌କୁ ସମର୍ଥନ କରୁଛନ୍ତି ସେମାନେ ଦେଶର ମୂଳଭିତ୍ତି ଉପରେ ଆକ୍ରମଣ କରୁଛନ୍ତି। ମହାରାଷ୍ଟ୍ରରେ କଂଗ୍ରେସର ସହଯୋଗୀ ପାଲଟିଥିବା ଶିବସେନା ସିଏବିକୁ ଲୋକସଭାରେ ବିରୋଧ କରି କଂଗ୍ରେସକୁ ନିରାଶ କରିଥିବାରୁ ରାହୁଲ ଶିବସେନା ଉପରେ କ୍ଷୁବ୍ଧ ଅଛନ୍ତି ।

ସମ୍ବନ୍ଧିତ ଖବର