ପାଟନା: ବିହାରରେ ଆଜି ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ ଟ୍ବିଟ୍ କରି ମହାମେଣ୍ଟକୁ ଭୋଟ୍ ଦେବାପାଇଁ ନିବେଦନ କରିଥିଲେ। ଏହାକୁ ନେଇ ବିବାଦ ଉପୁଜିଛି। ବିଜେପି ଆଜି ଏହାକୁ ବିରୋଧ କରି ନିର୍ବାଚନ କମିସନ୍ (ଇସି)ଙ୍କ ପାଖକୁ ଚିଠି ଲେଖିଛି। ନିର୍ବାଚନ ଆଚରଣ ବିଧି ଅନୁଯାୟୀ କୌଣସି ରାଜନେତା ଭୋଟିଂ ଦିନ ଭୋଟ୍ ପାଇଁ ନିବେଦନ କରିପାରିବେନି । ଅନ୍ୟ ପକ୍ଷରେ ଆଜି ରାହୁଲ ଆଜି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିହାରରେ ରୢାଲି କରିଛନ୍ତି। ରାହୁଲ ଚମ୍ପାରନ୍ରେ ଆଜି ଏକ ରୢାଲିରେ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ଶେଷଥର ପାଇଁ ଏଠାକୁ ଆସିବା ସମୟରେ ଏଠାରେ ଏକ ଚିନି କାରଖାନା ପ୍ରତିଷ୍ଠା ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ସେ ତୁମମାନଙ୍କ ସହ ଚା’ ପିଇବେ ବୋଲି କହିଥିଲେ। ତୁମେ କ’ଣ ଏହା ମନେ ରଖିଛ ? ମୋଦୀ ତୁମମାନଙ୍କ ସହ ଚା’ ପିଇଛନ୍ତି କି ବୋଲି ରାହୁଲ ରୢାଲିରେ ଉପସ୍ଥିତ ଥିବା ଲୋକମାନଙ୍କୁ ପ୍ରଶ୍ନ କରିଛନ୍ତି।
ଟ୍ବିଟ୍ କରି ବିବାଦରେ ରାହୁଲ, ନିର୍ବାଚନ କମିସନ୍ଙ୍କୁ ଅଭିଯୋଗ ଜଣାଇଲା ବିଜେପି
/sambad/media/post_attachments/wp-content/uploads/2020/10/RAHUL-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)