ରାହୁଲଙ୍କ ଟ୍ବିଟର ଅନୁଗାମୀ ସଂଖ୍ୟା ୧୦ ନିୟୁତ ଟପିଲା

ଲକ୍ଷ୍ନୌ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଏବେ ଟ୍ବିଟରରେ ୧୦ ନିୟୁତରୁ ଅଧିକ ଅନୁଗାମୀ ରହିଛନ୍ତି। ରାହୁଲ କଂ‌ଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିବା ନେଇ‌ ଯେଉଁ ଟ୍ବିଟ୍‌ କରିଥିଲେ ସେହି ଟ୍ବିଟ୍‌କୁ ୭୦୦୦ ବ୍ୟବହାରକାରୀ ଲାଇକ୍‌ କରିଥିଲେ ଏବଂ ଏହାକୁ ୧୨୦୦ରୁ ଅଧିକ ଥର ରିଟ୍ବିଟ୍‌ କରାଯାଇଥିଲା। ସେହିପରି ୧୦୦୦ ଜଣ ଏଥିରେ ମନ୍ତବ୍ୟ ଦେଇଥିଲେ। ତେବେ ରାହୁଲ  ଆମେଥି ଗସ୍ତ କରିବା ପୂର୍ବରୁ ତାଙ୍କ ୧୦ ମିଲିଅନ୍‌ ଟ୍ବିଟର ଅନୁଗାମୀଙ୍କୁ ଟ୍ବିଟ୍‌ ମାଧ୍ୟମରେ ଧନ୍ୟବାଦ ଜଣାଇଛନ୍ତି। କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବାପରେ ରାହୁଲ ଗତ ୩ ତାରିଖରେ ତାଙ୍କ ଟ୍ବିଟର ବାୟୋରେ ‘ପ୍ରେସିଡେଣ୍ଟ୍‌ ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ’କୁ ‘ମେମ୍ବର ଅଫ୍‌ ଇଣ୍ଡିଆନ ନ୍ୟାସନାଲ୍‌ କଂଗ୍ରେସ’ରେ ପରିବର୍ତ୍ତନ କରିଛନ୍ତି।

ସମ୍ବନ୍ଧିତ ଖବର