ସୀମାରେ ଡ୍ରାମା ପରେ ରାହୁଲଙ୍କୁ ହରିୟାଣା ପ୍ରବେଶ ଅନୁମତି ମିଳିଲା

ନୂଆଦିଲ୍ଲୀ: କୃଷି ଆଇନ ବି‌ରୋଧରେ କୃଷକମାନଙ୍କର ଏକ ରୢାଲିର ନେତୃତ୍ବ ନେଇଥିବା ରାହୁଲ ଗାନ୍ଧିଙ୍କୁ ଆଜି ହରିୟାଣା ସୀମା ନିକଟରେ ଅଟକାଯାଇଥିଲା। କିନ୍ତୁ କିଛି ସମୟ ଅଟକିବା‌ ପରେ ରାହୁଲ ଏବଂ ଅନ୍ୟ ‌କଂଗ୍ରେସ ନେତାମାନଙ୍କୁ ହରିୟାଣାକୁ ପ୍ରବେଶ କରିବାକୁ ଅନୁମତି ମିଳିଥିଲା। ରାହୁଲ ଆଜି ଏକ ଟ୍ବିଟ୍‌ କରି କହିଛନ୍ତି ଯେ, ହରିୟାଣା ସୀମା ନିକଟସ୍ଥ ଏକ ବ୍ରିଜ୍‌ ଉପରେ ତାଙ୍କୁ ଅଟକା ଯାଇଛି। କିନ୍ତୁ ‌ସେ ଏଥିରେ ଖୁସି ଅଛନ୍ତି। ୫ ହଜାର ଘଣ୍ଟା ମଧ୍ୟ ସେ ଅପେକ୍ଷା କରିପାରିବେ ବୋଲି କହିଛନ୍ତି। ପଂଜାବ-ହରିୟାଣା ସୀମା ନିକଟରେ ରାହୁଲ ପହଞ୍ଚିବା ପୂର୍ବରୁ ହରିୟାଣାର ବରିଷ୍ଠ ପୁଲିସ ଅଧିକାରୀମାନେ କହିଥିଲେ ଯେ, ସେମାନେ କୋଭିଡ୍‌ ନିର୍ଦ୍ଦେଶାବଳୀକୁ ମାନି ଗୋଟିଏ ସ୍ଥାନରେ ୧୦୦ରୁ ଅଧିକ ଲୋକଙ୍କୁ ରୁଣ୍ଡ ହେବାକୁ ଦେବେନାହିଁ।

ସମ୍ବନ୍ଧିତ ଖବର