ନୂଆଦିଲ୍ଲୀ, : କଂଗ୍ରେସ ନେତା ରାହୁଲ ଗାନ୍ଧି ଆସନ୍ତା ୬ ଏବଂ ୭ ତାରିଖରେ ତେଲେଙ୍ଗାନା ଗସ୍ତ ଯୋଜନା କରିଥିବାବେଳେ ଏହି ଅବସରରେ ସେ ଓସ୍ମାନିଆ ବିଶ୍ବବିଦ୍ୟାଳୟରେ ଛାତ୍ରଙ୍କୁ ଉଦ୍ବୋଧନ ଦେଇଥାନ୍ତେ। କିନ୍ତୁ ରାହୁଲଙ୍କ ଗସ୍ତ ପାଇଁ ଓସ୍ମାନିଆ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଅନୁମତି ଦେଇନାହାନ୍ତି। ଏହି ମାମଲା ଏବେ କୋର୍ଟରେ ପହଞ୍ଚିଛି। କଂଗ୍ରେସର ଛାତ୍ର ଶାଖା ଏନ୍ଏସୟୁଆଇ ( ନ୍ୟାସନାଲ୍ ଷ୍ଟୁଡେଣ୍ଟ୍ସ ୟୁନିଅନ ଅଫ୍ ଇଣ୍ଡିଆ)ର ସଦସ୍ୟମାନେ ରାହୁଲଙ୍କ ବିଶ୍ବବିଦ୍ୟାଳୟ ଗସ୍ତକୁ ଅନୁମତି ଦେବାପାଇଁ କୋର୍ଟରେ ଆବେଦନ କରିଛନ୍ତି। କର୍ତ୍ତୃପକ୍ଷଙ୍କ ମନଭାବକୁ ବିରୋଧ କରି ଏନ୍ଏସୟୁଆଇର ୧୮ ଜଣ ସଦସ୍ୟ ବିଶ୍ବବିଦ୍ୟାଳୟର ପ୍ରଶାସନିକ ଭବନ ବାହାରେ ଆନ୍ଦୋଳନ କରିଥିଲେ। ପଥର ମାଡ଼ କରି କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିଥିବାରୁ ସେମାନଙ୍କୁ ହାଜତକୁ ନିଆଯାଇଛି। ଉକ୍ତ ଘଟଣାରେ ଏକ ମାମଲା ରୁଜୁ ହୋଇଛି।
ରାହୁଲଙ୍କୁ ଓସ୍ମାନିଆ ବିଶ୍ବବିଦ୍ୟାଳୟ ଗସ୍ତ ପାଇଁ ଅନୁମତି ମିଳିଲାନି: ଆନ୍ଦୋଳନ କରି ହାଜତ ଗଲେ ୧୮ ଏନ୍ଏସ୍ୟୁଆଇ ଛାତ୍ର
/sambad/media/post_attachments/wp-content/uploads/2022/05/dg5465465h4fs65fhhhf.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)