ରାହୁଲ ପ୍ରଥମ ଡୋଜ୍‌ ଟିକା ନେଲେ

ନୂଆଦିଲ୍ଲୀ : ବଜାରକୁ କରୋନା ଟିକା ଆସିବାର ପ୍ରାୟ ଦେଢ଼ ବର୍ଷ ପରେ କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧି ଗତକାଲି ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି। ଏପ୍ରିଲ ୧ ତାରିଖରୁ ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକମାନଙ୍କ ପାଇଁ ଟିକା ଦିଆଯାଉଥିଲେ ହେଁ ରାହୁଲ ଗାନ୍ଧି କାହିଁକି ଟିକା ନେଉ ନାହାନ୍ତି ତାହା ଏକ ପ୍ରଶ୍ନ ହୋଇଥିଲା। ପରେ ସେ କରୋନା ସଂକ୍ରମିତ ହେବାରୁ ଏହାର ୩ ମାସ ପରେ ଟିକା ନେଇଛନ୍ତି।

ସୂଚନାଯୋଗ୍ୟ, କଂଗ୍ରେସ ସଭାପତି ସୋନିଆ ଗାନ୍ଧି ଦୁଇଟିଯାକ ଟିକା ନେଇ ସାରିଥିବା ବେଳେ ପ୍ରିୟଙ୍କା ଗାନ୍ଧି ପ୍ରଥମ ଡୋଜ୍‌ ‌ଟିକା ନେଇଛନ୍ତି। ରାହୁଲ ଗତକାଲି ଓ ଆଜି ସଂସଦରେ ଅନୁପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର