ଫଳାଫଳ ପରେ ଆଜି ପ୍ରଥମ ଥର ବାୟନାଡ଼ ଯିବେ ରାହୁଲ, ମୋଦୀ ବି ଯିବେ କେରଳ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ଫଳାଫଳ ପରେ ଭୋଟରଙ୍କୁ ଧନ୍ୟବାଦ ଦେବାକୁ ନେତାମାନେ ଏବେ ନିର୍ବାଚନମଣ୍ଡଳୀକୁ ଯିବାରେ ଲାଗିଛନ୍ତି | ଏହି କ୍ରମରେ ଆଜି ରାହୁଲ ଗାନ୍ଧୀ ଫଳାଫଳ ପରେ ପ୍ରଥମ ଥର କେରଳର ବାୟନାଡ଼ ଯିବେ| ଭୋଟରଙ୍କୁ ଭେଟିବା ସହ ସେମାନଙ୍କୁ ରାହୁଲ ଧନ୍ୟବାଦ ଜଣାଇବେ | ଆଜି ଦ୍ବିପହରରେ ରାହୁଲ କଲିକବୁ ବିମାନବନ୍ଦରରେ ପହଞ୍ଚିବେ | ଏହାପରେ ଲୋକଙ୍କୁ ଭେଟିବା ସହ ତାଙ୍କୁ ସ୍ୱାଗତ କରିବାକୁ କଂଗ୍ରେସ କର୍ମୀ ଉତ୍ସାହିତ ହୋଇପଡିଛନ୍ତି |

ଠିକ ସେହିପରି ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କେରଳ ଗସ୍ତରେ ଯିବେ | ଆଜି ସନ୍ଧ୍ୟାରେ ମୋଦୀ କୋଚିରେ ପହଂଚିବା ସହ ଏଠାରେ ରାତ୍ରି ବିଶ୍ରାମ କରିବେ | ଶନିବାର ଦିନ ସକାଳେ ଗୁରୁବପୁର ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ଏକ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ | ଏହାପରେ ମୋଦୀ ମାଳଦ୍ଵୀପ ଗସ୍ତରେ ଯିବେ | ଏଠାରେ ସୂଚନା ଥାଉ କି ରାହୁଲ ଏଥର ଅମେଥି ଓ ବାୟନାଡ଼ରୁ ନିର୍ବାଚନ ଲଢ଼ିଥିଲେ | ହେଲେ ଅମେଥିରେ ଭାଜପା ନେତ୍ରୀ ସ୍ମୃତି ଇରାନୀ ତାଙ୍କୁ ହରାଇଦେଇଥିଲେ |

ସମ୍ବନ୍ଧିତ ଖବର