ନୂଆଦିଲ୍ଲୀ: ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧି  ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ (ଡିଟିସି) ବସରେ ଯାତ୍ରା କରୁଥିବା ସମୟର ଏକ ଭିଡିଓ ସେୟାର କରିଛନ୍ତି। 

Advertisment

ଏହି ଯାତ୍ରା ସମୟରେ ରାହୁଲ ବସର କଣ୍ଡକ୍ଟର, ଚାଳକ ଓ ଅନ୍ୟ ଷ୍ଟାଫଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା ସେମାନଙ୍କ ସମସ୍ୟା ବିଷୟରେ ପଚାରି ବୁଝିଥିଲେ। ରାହୁଲ ବସ ଚାଳକଙ୍କୁ ତାଙ୍କ ପାରିଶ୍ରମିକ ଓ ସମସ୍ୟା ସମ୍ପର୍କରେ ବି ପଚାରିଥିଲେ। 

ରାହୁଲ ଗାନ୍ଧିଙ୍କ ସହିତ କଥା ହେବା ସମୟରେ ଡିଟିସି ଷ୍ଟାଫ କହିଥିଲେ, ‘ଆମକୁ ଦିନକୁ ୮୧୬ଟଙ୍କା ମିଳିଥାଏ। ଏଥିରୁ ଆମର ପିଏଫ ବି କଟା ଯାଇଥାଏ। ମାସରେ ଗୋଟିଏ ଦିନ ବି ଆମର ଛୁଟି ନାହିଁ। ଏମିତି କି ପୂଜାପର୍ବାଣୀରେ ବି ଆମେମାନେ ଛୁଟି ନେଇ ପାରୁ ନାହୁଁ। ଯଦି କିଛି ଜରୁରି କାମ ଥାଏ ଆଉ ଆମେ ଛୁଟି ନେଇଥାଉ ତେବେ ତାହା ଆମ ପାରିଶ୍ରମିକରୁ କାଟି ଦିଆଯାଇଥାଏ।

ପ୍ରତିଦିନ ୮ରୁ ୯ଘଣ୍ଟା ନିଶ୍ଚିତ ଭାବେ କାମ କରିବାକୁ ହୋଇଥାଏ। କେଉଁକେଉଁ ଦିନ ୯ଘଣ୍ଟାରୁ ବି ଅଧିକ ସମୟ ଆମକୁ ଖଟିବାକୁ ହୋଇଥାଏ। ଏମିତି କି ଆମେ ଯଦି  କିଛି ଦାବି କରିଥାଉ ତେବେ ଚାକିରି ଚାଲି ଯିବାର ବି ଭୟ ରହିଥାଏ।’


କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ୍ସରେ ଲେଖିଛନ୍ତି,‘ କିଛି ଦିନ ପୂର୍ବରୁ ମୁଁ ଦିଲ୍ଲୀରେ ଏକ ବସଯାତ୍ରା ସମୟରେ ଡିଟିଏସ କର୍ମଚାରୀ ସହିତ କଥା ହୋଇ ତାଙ୍କ ଜୀବନ ବିଷୟରେ ପଚାରି ବୁଝି ଥିଲି। ଏହି ସମୟରେ ସେମାନେ ତାଙ୍କ ଜୀବନ ଓ ଚାକିରି ସହିତ ଜଡ଼ିତ ଅନେକ ଅସୁବିଧା ବିଷୟରେ ବଖାଣି କହିଥିଲେ। ’