ଅରୁଣ ଜେଟଲୀଙ୍କ ଝିଅ ମେହୁଲ ଚୋକସୀଙ୍କଠାରୁ ନିୟମିତ ଦରମା ନେଉଥିଲେ

ନୂଆଦିଲ୍ଲୀ : ରାହୁଲ ଗାନ୍ଧି ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଉପରେ ଏକ ବଡ଼ ଧରଣର ଅଭିଯୋଗ ଆଣିଛନ୍ତି । ପିଏନବି ଋଣ ଠକେଇ ମାମଲରା ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସୀଙ୍କୁ ଜେଟଲୀ ଜାଣିଶୁଣି ବିଦେଶ ପଳାଇବାକୁ ସୁଯୋଗ ଦେଇଥିଲେ । ଏହାର କାରଣ ହେଉଛି ଜେଟଲୀଙ୍କ ଝିଅ ମେହୁଲଙ୍କ ପେ’ରୋଲରେ ଥିଲେ, ଅର୍ଥାତ ନିୟମିତ ଦରମା ପାଉଥିଲେ ବୋଲି ରାହୁଲ ଟ୍ଵିଟ କରି ଅଭିଯୋଗ ଆଣିଛନ୍ତି । ସେ ମଧ୍ୟ ଟ୍ଵିଟ କରି ଆଇସିଆଇସିଆଇ ବ୍ୟାଙ୍କର ଏକ ଆକାଉଣ୍ଟ ନମ୍ବରରେ ଅର୍ଥ ଟ୍ରାନ୍ସଫର ହୋଇଥିବା ଦାବି କରିଛନ୍ତି ।

 

ତେବେ ଏହି ଟ୍ଵିଟରେ ସେ ଜେଟଲୀ (Jaitley) ଙ୍କ ନାଁକୁ ଜେଟଲାଇ (Jaitlie ) ବୋଲି ଲେଖିଥିବା ଦେଖାଯାଇଛି । ଜେଟଲୀ ଖୁବଶୀଘ୍ର ଏହି ଅଭିଯୋଗର ଜବାବ ଦେବା ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ ମେହୁଲ ଚୋକସୀ ଏବେ ଭାରତକୁ ପଳେଇଯାଇ ଆଣ୍ଟିଗୁଆର ନାଗରିକତ୍ୱ ନେଇ ରହୁଛନ୍ତି । ତାଙ୍କ ଭଣଜା ନିରବ ମୋଦି ମଧ୍ୟ ଭାରତରୁ ପଳାଇଯାଇଛନ୍ତି ।

ସମ୍ବନ୍ଧିତ ଖବର