ନୂଆଦିଲ୍ଲୀ : ଖରାପ ପାଗ ଯୋଗୁଁ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ହେଲିକାପ୍ଟର ଆଜି ହରିୟାଣାର ରିଓ୍ଵାରିଠାରେ ଜରୁରୀ ଅବତରଣ କରିଛି । ଏହି ସମୟରେ ସେ ହରିୟାଣାର ମହେନ୍ଦ୍ରଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦିଲ୍ଲୀ ଫେରୁଥିଲେ ।
ଆସନ୍ତା ୨୧ ତାରିଖରେ ହରିୟାନାରେ ନିର୍ବାଚନ ଥିବାରୁ ନିର୍ବାଚନ ପ୍ରଚାର ପାଇଁ ରାହୁଲ ମହେନ୍ଦ୍ରଗଡ଼ ଯାଇଥିଲେ । ଫେରିବା ବାଟରେ ପ୍ରବଳ ଧୂଳି ଝଡ଼ ହେବାରୁ ତାଙ୍କର ହେଲିକାପ୍ଟରକୁ ରିଓ୍ଵାରିକ କେଏଲପି କଲେଜ ଗ୍ରାଉଣ୍ଡରେ ଓହ୍ଲାଇବାକୁ ପଡିଥିଲା । ପରେ ସେ ସଡ଼କ ଯୋଗେ ଦିଲ୍ଲୀ ଫେରିଯାଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/08/rahul.jpg)