ରାହୁଲଙ୍କ ନାଗରିକତା ବିବାଦ ମାମଲା ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ବ୍ରିଟିଶ୍‌ ନାଗରିକ ହୋଇଥିବା ଅଭିଯୋଗ କରି ତାଙ୍କୁ ନିର୍ବାଚନ ଲଢ଼ିବା ପାଇଁ ଅଯୋଗ୍ୟ ଘୋଷଣା କରିବାକୁ ଦାବିରେ ସୁପ୍ରିମ୍‌ କୋର୍ଟରେ ଦାଖଲ ହୋଇଥିବା ଆବେଦନକୁ ଆଜି କୋର୍ଟ ଖାରଜ କରିଦେଇଛନ୍ତି। ପ୍ରଧାନ ବିଚାରପତି ରଂଜନ ଗୋଗଇ ମାମଲାର ଶୁଣାଣି କରି କହିଛନ୍ତି ଯେ ଏହି ଅଭିଯୋଗର କୌଣସି ଆଧାର ନାହିଁ। ଯାହାକୁ ପ୍ରମାଣ ଭାବେ ଉପସ୍ଥାପନ କରାଯାଉଛି ତାହା ଗ୍ରହଣୀୟ ନୁହେଁ। କୌଣସି ବିଦେଶୀ କମ୍ପାନିର ଦସ୍ତାବିଜ ନେଇ ଏଭଳି ଦାବି କରାଯାଇ ପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଦେଇଛନ୍ତି। କୌଣସି କାଗଜରେ କିଛି ତଥ୍ୟ ପ୍ରକାଶ ପାଇଗଲେ ଯେ ରାହୁଲ ଗାନ୍ଧୀ ବ୍ରିଟେନ୍‌ ନାଗରିକ ହୋଇଯିବେ, ତାହା କିଭଳି ଗ୍ରହଣୀୟ ବୋଲି କୋର୍ଟ ଆବେଦନକାରୀଙ୍କୁ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର