ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ ସମୟରେ ପୁଣି ଥରେ ମୋଦୀ ସରକାରକୁ ଘେରିଛନ୍ତି। ମୋଦୀ ସରକାର କେବଳ ନିଜ ବନ୍ଧୁମାନଙ୍କ ପାଇଁ କାମ କରୁଛି ବୋଲି ସେ ଟ୍ବିଟ୍ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କେବଳ ବନ୍ଧୁମାନଙ୍କ ପାଇଁ କାର୍ଯ୍ୟ କରନ୍ତି ବୋଲି ଅତୀତରେ ରାହୁଲ ଅନେକ ଥର ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ସେ ନିଜେ କୃଷକ ଓ ଶ୍ରମିକମାନଙ୍କ ପଛରେ ଅଛନ୍ତି, ଯେଉଁମାନେ ନିଜର ଅଧିକାର ଓ ଆତ୍ମସମ୍ମାନ ପାଇଁ ଆନ୍ଦୋଳନ କରୁଛନ୍ତି। ପୂର୍ବରୁ ମଧ୍ୟ ରାହୁଲ କୃଷକ ଆନ୍ଦୋଳନ ପ୍ରସଙ୍ଗ ଉଠାଇ କହିଥିଲେ, ମୋଦୀ ନିଜର ବ୍ୟବସାୟୀ ବନ୍ଧୁମାନଙ୍କ ପାଇଁ କୃଷକମାନଙ୍କୁ ବଳିବୋଦା ବନାଇବାକୁ ଚାହୁଁଛନ୍ତି।
ସୂଚନାଯୋଗ୍ୟ, ଆଜି ପ୍ରଧାନମନ୍ତ୍ରୀ ମୋଦୀ ଆମେରିକା ଗସ୍ତରେ ଯାଇଛନ୍ତି। ଜାତିସଂଘ ମହାସଭାରେ ଉଦ୍ବୋଧନ ସହ କ୍ବାଡ୍ ବୈଠକରେ ପ୍ରଧାନମନ୍ତ୍ରୀ ଯୋଗଦେବେ। କାର୍ଯ୍ୟସୂଚୀ ଅନୁସାରେ ସେ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ମଧ୍ୟ ଭେଟିବେ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ସେପ୍ଟେମ୍ବର ୨୫ରେ ଶେଷ ହେବ ଏବଂ ସେ ୨୬ରେ ଭାରତ ଫେରିବେ।
ମୋଦୀଙ୍କ ଆମେରିକା ଗସ୍ତକୁ ରାହୁଲଙ୍କ ତାଚ୍ଛଲ୍ୟ: କେବଳ ବନ୍ଧୁଙ୍କ ପାଇଁ କାମ କରୁଛନ୍ତି ପ୍ରଧାନମନ୍ତ୍ରୀ
/sambad/media/post_attachments/wp-content/uploads/2021/05/rahul-gandhi.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)