ନୂଆଦିଲ୍ଲୀ: ନିକଟରେ ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆଲିଙ୍ଗନ କରି ଚର୍ଚ୍ଚାରେ ରହିଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନେଇ ନେଇ ଆଜି ବିଜେପି ସାଂସଦ ନିଶିକାନ୍ତ ଦୁବେ ଅଜବ ବୟାନ ଦେଇଛନ୍ତି। ସେ କହିଛନ୍ତି ରାହୁଲ ଏବେ ବିଜେପି ସାଂସଦମାନଙ୍କୁ ଆଲିଙ୍ଗନ କରିବାକୁ ବିଶେଷ ଆଗ୍ରହ ଦେଖାଉଛନ୍ତି। ତେବେ ରାହୁଲଙ୍କୁ ବିଜେପି ସାଂସଦମାନେ ଆଲିଙ୍ଗନ କଲେ ସେମାନଙ୍କୁ ପତ୍ନୀମାନେ ଛାଡ଼ପତ୍ର ଦେବେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ଉଲ୍ଲେଖଯୋଗ୍ୟ ଗତକାଲି ରାହୁଲ କହିଥିଲେ ଯେ ତାଙ୍କୁ ଦେଖି ବିଜେପି ସାଂସଦମାନେ ଆଲିଙ୍ଗନ ଭୟରେ ଏବେ ଦୁଇ ପାଦ ପଛକୁ ହଟିଯାଉଛନ୍ତି।
ରାହୁଲଙ୍କ ଆଲିଙ୍ଗନକୁ ଭୟ
/sambad/media/post_attachments/wp-content/uploads/2018/07/Rahul_5099.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)