ରାହୁଲଙ୍କ ମାନସରୋବର ଯାତ୍ରାକୁ ନେଇ ବିବାଦ, ଇଣ୍ଟରନେଟରୁ ନେଇ ଫଟୋ ଅପଲୋଡ କରାଯାଇଥିବା ଅଭିଯୋଗ, କଂଗ୍ରେସର ଖଣ୍ଡନ

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ରାହୁଲ ଗାନ୍ଧିଙ୍କ ପ୍ରତିଟି କାର୍ଯ୍ୟକଳାପକୁ ନେଇ ବିବାଦ ସୃଷ୍ଟି ହେଉଛି । ବିଶେଷକରି ସୋସିଆଲ ମିଡିଆରେ ତାଙ୍କୁ ଟାର୍ଗେଟ କରାଯାଉଛି । ଏବେ ସେ ହିନ୍ଦୁମାନଙ୍କର ପବିତ୍ର ତୀର୍ଥକ୍ଷେତ୍ର କୈଳାଶ ମାନସରୋବର ଯାତ୍ରାରେ ଯାଇଛନ୍ତି । ନଜର ଭକ୍ତି କାରଣରୁ ସେ ସେଠାକୁ ଯାଇଥିବା କହୁଥିବାବେଳେ ଭୋଟ ପାଇଁ ହିନ୍ଦୁମାନଙ୍କୁ ଆକୃଷ୍ଟ କରିବାକୁ ଏହା ଏକ ନାଟକ ବୋଲି ବିରୋଧୀ କହୁଛନ୍ତି । ରାହୁଲ ସେଠାକୁ ଯିବା ପୂର୍ବରୁ ନେପାଳର ଏକ ରେସ୍ତୋରାଁରେ ଆମିଷ ଭୋଜନ କରିଥିବା ଅଭିଯୋଗ ଆସିବା ପରେ ବିବାଦ ଉଠିଥିଲା ।

 

ଏବେ ଏହି ଯାତ୍ରାକୁ ନେଇ ଆଉ ଏକ ବିବାଦ ଦେଖାଦେଇଛି । ତାହା ହେଉଛି ମାନସରୋବରକୁ ସେ କରିଥିବା ଟ୍ଵିଟ୍‌ । ଟ୍ଵିଟରେ ସେ ମାନସରୋବରର ଏକ ଫଟୋ ଅପଲୋଡ କରିଛନ୍ତି । କିନ୍ତୁ ଏହି ଫଟୋଟି ସେ ଗୁଗୁଲରୁ ନେଇଥିବା ଅଭିଯୋଗ ଉଠିଛି । ପୁଣି ଟ୍ଵିଟର ଚୀନରେ ନିଷିଦ୍ଧ ହୋଇଥିବାବେଳେ ରାହୁଲ କିପରି ଫଟୋ ଟ୍ଵିଟ କଲେ ବୋଲି କେତେକ ଅଭିଯୋଗ କରିଛନ୍ତି । କିନ୍ତୁ କଂଗ୍ରେସ ତରଫରୁ ଏହାକୁ ଖଣ୍ଡନ କରାଯାଇଛି । ଏହା ଅସଲି ଫଟୋ ବୋଲି କଂଗ୍ରେସପକ୍ଷରୁ ଦାବି କରାଯାଇଛି ।

ସମ୍ବନ୍ଧିତ ଖବର