ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ ସୁରକ୍ଷିତ ରଖିବାପାଇଁ ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ପୂର୍ବରୁ ଆମେରିକା ଯାଇଥିଲେ ବୋଲି ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଆଜି ସଂସଦରେ ଯେଉଁ ଟିପ୍ପଣୀ ଦେଇଥିଲେ ତାହାକୁ ଜୟଶଙ୍କର ଅତ୍ୟନ୍ତ ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ଏକ ପୋଷ୍ଟ୍ କରି ଜୟଶଙ୍କର ଦାବି କରିଛନ୍ତି ଯେ ଗତବର୍ଷ ଡିସେମ୍ବରରେ ମୋ ଆମେରିକା ଗସ୍ତ ସଂକ୍ରାନ୍ତରେ ରାହୁଲ ଜାଣିଶୁଣି ମିଛ କହୁଛନ୍ତି।
ମୁଁ ଆମେରିକାକୁ ବାଇଡେନ୍ ପ୍ରଶାସନର ବିଦେଶ ସଚିବ ଏବଂ ଏନ୍ଏସ୍ଏଙ୍କ ସହ ବୈଠକ ପାଇଁ ଯାଇଥିଲି। କନସୁଲ୍ ଜେନେରାଲମାନଙ୍କ ସହ ବୈଠକ ମଧ୍ୟ କରିଥିଲି। ଏହି ସମୟରେ ଟ୍ରମ୍ପ ପ୍ରଶାସନରେ ହେବାକୁ ଥିବା ଏନ୍ଏସ୍ଏ ମୋ ସହ ଭେଟି କଥା ହୋଇଥିଲେ। କୌଣସି ବି ସ୍ଥାନରେ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ ସଂକ୍ରାନ୍ତରେ ଆଲୋଚନା ହୋଇନଥିଲା ବୋଲି ସେ କହିଛନ୍ତି। ଜୟଶଙ୍କର କହିଛନ୍ତି, ରାହୁଲ ଗାନ୍ଧୀଙ୍କ ସାଧାରଣ ଜ୍ଞାନ ରହିବା କଥା ଯେ ଆମ ପ୍ରଧାନମନ୍ତ୍ରୀ ଏଭଳି କାର୍ଯ୍ୟକ୍ରମରେ ଯୋଗ ଦିଅନ୍ତିନି। ଏଭଳି ମିଛ ବିଶ୍ବରେ ଦେଶର ସମ୍ମାନହାନି କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/12/23/4FwOacCk6RQ3BjHsz1yX.jpg)